ରାଉରକେଲା : ରାଉରକେଲାରେ ଜଣେ ୧୭ବର୍ଷୀୟ ନାବାଳିକକୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ଓ ଅବକାରୀ ଵିଭାଗ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ । ରାଉରକେଲା ସହରର ସିଭିଲ ଟାଉନସିପ ଠାରେ ଥିବା ବିବାଦୀୟ ରେଷ୍ଟୁରାଣ୍ଟକୁ ପୋଲିସ ଓ ଅବକାରୀ ଵିଭାଗ ପକ୍ଷରୁ ସିଲ କରାଯାଇଛି । ପୀଡିତା ନାବାଳିକାକୁ ଦୁଇ ଜଣ ଅଭିଯୁକ୍ତ ବାରରେ ଜୋର ଜବରଦସ୍ତ ମଦ ପିଆଇବା ସହ ଅପହରଣ କରିନେଇ ଗଣ ଦୁଷ୍କର୍ମ କରିଥିବା ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଥିଲା । ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଓ ଅବକାରୀ ଵିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବାର ସିଲ କରାଯାଇଛି ।