ପୁରୀ ଶ୍ରୀମନ୍ଦିରରେ ଅଚଳାବସ୍ଥା , ବଡ଼ଦେଉଳ ଦ୍ୱାର ନଖୋଲିବାରୁ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିର ନୀତି ଓ ଦ୍ୱାରପାଳ ଫିଟା ନୀତି ବିଳମ୍ବ ହେବା ପରେ ବ୍ୟାରିକେଟ ଭାଙ୍ଗି ଧସେଇ ପଶିଛନ୍ତି ଭକ୍ତ। ପରିଚୟ ପତ୍ର ବିବାଦରୁ ସେବୟତ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ନୀତିକାନ୍ତି ବିଳମ୍ବ ହୋଇଛି। ଉପାସରେ ଅଛନ୍ତି ମହାପ୍ରଭୂ। ସେବାୟତ ଜିଦ୍‌ରେ ରହିବାରୁ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ବିଳମ୍ବିତ ହୋଇଛି। ସମାଧାନ ପାଇଁ ଶ୍ରୀମନ୍ଦିରରେ ଜିଲ୍ଲାପାଳ ଓ ସେବାୟତଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ପୋଲିସ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବି କରି ସେବାୟତମାନେ ଲିଖିତ ପ୍ରତିଶୃତି ଦାବି କରିଛନ୍ତି। ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ବାରମ୍ବାର ନିବେଦନ କରିବା ପରେ ମଧ୍ୟ ସେବାୟତମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଜିଲ୍ଲାପାଳ କହିଛନ୍ତି ନୀତି ବନ୍ଦ କରି ଠାକୁରଙ୍କୁ ଉପାସରେ ରଖିବା ଠିକ୍‌ ନୁହେଁ। ସେବାୟତଙ୍କ ଉପରେ ସମସ୍ତ ନିଷ୍ପତ୍ତି ଛଡାଯାଇଛି।