୪ ଡ୍ରୋନ କ୍ୟାମେରା ଜବତ କଲା ପୋଲିସ, ରଥଟଣା ସମୟରେ ଉଡୁଥିଲା

ପୁରୀ : ପୋଲିସ ଦ୍ୱାରା ୪ ଟି ଡ୍ରୋନକ୍ୟାମେରା ଜବତ । ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ସମୟରେ ଏହି ଡ୍ରୋନ କ୍ୟାମେରା ଉଡୁଥିବା ସୂଚନା । ଡ୍ରୋନ ଉଡାଇବା ପାଇଁ ଡିଜିସିଏ ଅନୁମତି ଆବଶ୍ୟକ । ନୋ ଫ୍ଲାଇଂ ଜୋନ ଅଂଚଳରେ ଡ୍ରୋନ କ୍ୟାମେରା ଉଡାଇବା ଉପରେ କଟକଣା ରହିଛି । ବଡଦାଣ୍ଡ, ଶ୍ରୀମନ୍ଦିର କିମ୍ବା ଗୁଣ୍ଡିଚା ମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁଙ୍କ ସୂଚନା ।