ଟ୍ରାକ୍ଟର ଟ୍ୟୁବରେ ଦେଶୀ ମଦ ଚାଲାଣ, ୨ ଅଭିଯୁକ୍ତକୁ ଗିରଫ
ମୟୁରଭଞ୍ଜ : ଟ୍ରାକ୍ଟର ଟ୍ୟୁବରେ ଦେଶୀ ମଦ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଦେଶି ମଦ ଜବତ । ଜବତ କଲା ବାରିପଦା ଟାଉନ ଥାନା ପୋଲିସ । ଚାଲାଣରେ ସଂପୃକ୍ତ ୨ ଅଭିଯୁକ୍ତକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଗାଡିର ଡ୍ରାଇଭର ଖଣ୍ଡା ଥାନା ଅଧୀନ ସାନ୍ତନୁ ଦେ ଓ ବାଲେଶ୍ୱର ଜିଲ୍ଲା ବାଲିଆ ପାଳ ଅଞ୍ଚଳର ସମୟ ମୁର୍ମୁ । ୩୦ ଟି ଟ୍ୟୁବରେ ଦେଶୀ ମଦ ନେଇ ଯାଉଥିବା ବେଳେ ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଜବତ କରିଛି ପୋଲିସ ।