ଗଜପତି: ଜାଇଲୋ ଗାଡ଼ିରୁ ୭୯ କେଜି ଚୋରା ଚନ୍ଦନ କାଠ ଜବତ କଲା ମୋହନା ପୋଲିସ

ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ପୋଲିସ କମଳାପୁର ନାକା ଗେଟ ଠାରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ଜାଇଲୋ କାର ନଂ OR 10 K 1786ରୁ ୫ଟି ବସ୍ତାରେ ଭର୍ତ୍ତି ହୋଇଥିବା ୭୯ kg ୨୭୦ ଗ୍ରାମ ଚନ୍ଦନ କାଠ ଜବତ କରିଛି l ଜବତ କାଠର ମୂଲ୍ୟ ପାଖାପାଖି ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି l ଏହି ଚନ୍ଦନ କାଠ ଆର.ଉଦୟଗିରି ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ ହେଉଥିବା ନେଇ ପୋଲିସ ସୂଚନା ଦେଇଛି l

ଏହି ଅଭିଯୋଗରେ ପୋଲିସ ଛେଳିଗଡ଼ ଗ୍ରାମର ପ୍ରତାପ ନାୟକ,ବ୍ରହ୍ମପୁରର ମହମ୍ମଦ ଜାମସେଦ ଏବଂ ଉତ୍ତରପ୍ରଦେଶର ସାର୍ମନ କୁମାର ଶର୍ମାକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୯ ହଜାର ଟଙ୍କା ଜବତ କରିଛି l ସମସ୍ତ ଜବତ ସାମଗ୍ରୀ ଏବଂ ଅଭିଯୁକ୍ତ ମାନଙ୍କୁ ଚନ୍ଦ୍ରଗିରି ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.