କଳାହାଣ୍ଡି: କୋକସରା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ୩ ଗିରଫ

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୩ ଜଣ ଗଞ୍ଜେଇ ବେପାରିକୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡିକୁ ଜବତ କରିଛି । ତେବେ ବୋଲେରୋ ଡ୍ରାଇଭର ଫେରାର ମାରିଥିବା ବେଳେ ଆସନ୍ତା କାଲି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ganja seized1

ଗିରଫ ୩ଜଣ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଗ୍ରାମର ଭିକାରି ଖରା(୪୫), ଗୋବିନ୍ଦ ପୁଝାରି(୨୬) ଓ କୋରାପୁଟ ଅଠାଗୁଡା ଗ୍ରାମର ଶଙ୍କର ରାଓ ଖୁଡ଼ା(୨୬) । ସେମାନଙ୍କ ଠାରୁ ୩ଗୋଟି ମୋବାଇଲ, ୪ ଏଟିଏମ୍ କାର୍ଡ, ୨ ଆଧାର କାର୍ଡ ସହ ୨୨ପ୍ୟାକେଟ ଗଞ୍ଜେଇ ଓ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଏକ ବୋଲେରୋ ଗାଡି ନମ୍ବର (ଓଆର୍ ୧୦କେ ୪୯୪୭ ) କୁ ମଧ୍ୟ ଜବତ କରାଯାଇଛି । ତେବେ ଜବତ ହୋଇଥିବା ୨୨ ପ୍ୟାକେଟ ଗଞ୍ଜେଇ ରୁ ୪୪ କେଜି ଓଜନ ଥିବାବେଳେ ବଜାର ରେ ଏହାର ଆନୁମାନିକ ମୁଲ୍ୟ ଲକ୍ଷ୍ୟାଧିକ ହେବ ବୋଳି ସୁଚନା ମିଳିଛି । ଏ ନେଇ କୋକସରା ଥାନା ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.