ବ୍ରହ୍ମପୁର : ଜେରା ପରେ ଦୁଇ ଅଭିଯୁକ୍ତ ଆଜି ଫେରିବେ ଜେଲ । ଜେରା ବେଳେ ତଥ୍ୟ ପାଇଗଲା ପୋଲିସ। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଜେଲ ଫେରିବେ ଅଭିଯୁକ୍ତ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଅପରାଧୀଙ୍କୁ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଶୂନ୍ୟ ଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କୁ ରିମାଣ୍ଡ ରେ ଆଣି ଜେରା କରିବା ପରେ ପୋଲିସ ହାତରେ ଲାଗିଛି ଆଉ କିଛି ନୂଆ ତଥ୍ୟ l ହତ୍ୟା ମାମଲାର ଅଭିଯୁକ୍ତ ସୁନିଲ ହୋତା ଓ ଶୂନ୍ୟ ଚନ୍ଦ୍ର ଦାସଙ୍କୁ ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣି ବୈଦ୍ୟନାଥ ଥାନାରେ ଜେରା କରୁଛି ।
ପୂର୍ବରୁ ଅଭିଯୁକ୍ତ କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ୨ଥର ୨ ଦିନିଆ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିଥିଲା। ଏହାପୂର୍ବରୁ ମଦନ ଦଳାଇ, ମଳୟ ବିଷୋୟୀ, ଉମା ବିଷୋୟୀ, ଚିଣ୍ଟୁ ପ୍ରଧାନ, କୁରୁପତି ଭୂୟାଁ, ଯୋଗୀ ରାଉତଙ୍କୁ ମଧ୍ୟ ରିମାଣ୍ଡ ନେଇ ଜେରା କରିଥିଲା ପୁଲିସ । ଏବେ ସୁନିଲ ହୋତା ଓ ଶୂନ୍ୟ ଚନ୍ଦ୍ର ଦାସଙ୍କୁ ପୋଲିସ ରିମାଣ୍ଡ ନେଇ ଜେରା କରୁଛି । ବୈଦ୍ୟନାଥପୁର ଥାନାରେ ଏସପି ଡ଼ା ସର୍ବଣା ବିବେକ ଏମ ,ଏହି ମାମଲାର ଆଇଓ ପ୍ରିୟସ ରଞ୍ଜନ ଛୋଟରାୟ, ଏଏସପି ଆଲୋକ ଜେନା ପ୍ରମୁଖ ଗୁଡେଇ ତୁଡେଇ ଜେରା କରିବା ପରେ ସେମାନେ ସତ ଓଗାଳିଥିବା ସୂଚନା ମିଳିଛି ।
ଜେରା ବେଳେ ଏମାନଙ୍କ ଠାରୁ ଯେଉଁ ତଥ୍ୟ ମିଳିଛି, ସେହି ଆଧାରରେ କରି ବିକ୍ରମ ପଣ୍ଡାଙ୍କୁ ରିମାଣ୍ଡରେ ନେଇ ଜେରା କରିପାରେ ପୋଲିସ l ପୀତବାସ ଙ୍କ ହତ୍ୟା ପରେ କୁରୁପତି ଓ ଉମା ଜୟପୁରରେ ଯାଇ ସେଠାରେ ସୁନୀଲ ହୋତାଙ୍କ ଫାର୍ମ ହାଉସରେ ରହିଥିଲେ । ସେହିପରି ହତ୍ୟା କାଣ୍ଡ ଘଟିବା ପୂର୍ବରୁ ଚାରି ଅପରାଧୀ ଶୂନ୍ୟ ଚନ୍ଦ୍ର ଙ୍କ ବ୍ରହ୍ମପୁର ବାସ ଭବନ ରେ ରହିଥିଲେ l
Also Read : ପୁଣି ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା