ବିଜେବି କଲେଜ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସୁଇସାଇଡ ନୋଟରେ ଲେଖିଛନ୍ତି ସାଂଘାତିକ କଥା

ଭୁବନେଶ୍ବର(କେନ୍ୟୁଜ୍): ବିଜେବି କଲେଜରେ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ମୃତଦେହ ନିକଟରୁ ସୁଇସାଇଡ଼ ନୋଟ ଜବତ କଲା ପୋଲିସ। ଦୀର୍ଘ ଦିନ ହେବ ତିନିଜଣ ସିନିଅର ନିର୍ଯାତନା ଦେଉଥିବା ସୁଇସାଇଡ ନୋଟରେ  ଉଲ୍ଳେଖ କରିଛନ୍ତି ଛାତ୍ରୀ ଜଣକ।  ସେଥିପାଇଁ ସେ  ଜୀବନ ହାରିଥିବା ଲେଖିଛନ୍ତି।

ସୁଇସାଇଡ ନୋଟରେ ଲେଖିଛନ୍ତି ମୁଁ କଲେକ୍ଟର ହେବାକୁ ଚାହୁଁଥିଲି। ମୋ ବାପା ମା ବହୁତ କଷ୍ଟକରି ପାଠ ପଢାଇଥିଲେ କିନ୍ତୁ ମୋ ସିନିଅର ମାନେ ତାହା କରାଇଦେଲେ ନାହିଁ। ମୋତେ ମାନସିକ ଭାବେ ନିର୍ଯାତନା ଦେଇ ଚାଲିଥିଲେ। ମୋ ବାପା ମା, ଅଜା, ଆଇ ମାମୁଁ ମାଇଁ ମାତେ ସମସ୍ତେ ଭଲ ପାଆନ୍ତି। ବହୁତ ଆଶା କରିଥିଲେ ମୁଁ ଭଲ ପାଠ ପଢି କଲେକ୍ଟର ହେବି । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରଖିପାରିଲି ନାହିଁ। ସିନିଅର ମାନେ ଏହା କରାଇଦେଲେ ନାହିଁ । ବହୁତ ଡିପ୍ରେସରେ ରହୁଥିଲି। ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଂ ହୁଏ। କିନ୍ତୁ କେହି କହିପାରୁନାହାନ୍ତି। ସିନିଅର ମାନେ ମେତେ ବୁହୁତ ଟର୍ଚର କଲେ । ଯାହା ମୋ ପାଇ ସହିବା କଷ୍ଟକର ହୋଇ ପଡିଥଲା।  ଏକଥା ମଧ୍ୟ ମୁଁ  ରୁମମେଟକୁ ଜଣାଇପାରିଲିନାହିଁ। କେବଳ ୩ ଜଣ ସିନିଅର ମୋତେ ବଞ୍ଚେଇ ଦେଲେ ନାହିଁ ତେଣୁ  ଶେଷରେ ଜୀବନ ହାରୁଛି।

ସୁଇସାଇଡ଼ ନୋଟକୁ ପୋଲିସ ଜବତ କରି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି। ୩ ଜଣ ସିନିୟର କିଏ ସେମାନଙ୍କ ବିଷୟରେ ତଥ୍ୟ ଖୋଜୁଛି ପୋଲିସହଷ୍ଟେଲ ରେ ରହୁଥିବା ସମସ୍ତ ପିଲାଙ୍କୁ ପଚରା ଉଚରା କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.