ପୋଲିସ ଜାଳିଦେଲା ପୋଲିସର ଗାଡ଼ି, ହୁତୁହୁତୁ ହୋଇ ଜଳୁଛି ୩ ବାଇକ

ବରଗଡ଼: ପୋଲିସ ଜାଳିଦେଲା ପୋଲିସର ଗାଡ଼ି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାରୁ । ବରଗଡ଼ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଘଟିଛି ଘଟଣା । ରିଜର୍ଭ ପୋଲିସରେ କାର୍ଯ୍ୟରତ ପ୍ରତାପ ନାୟକଙ୍କ ମୋଟର ସାଇକେଲ ସମେତ ୩ଟି ମୋଟର ସାଇକେଲ ଜାଳି ଦେଇଛନ୍ତି ପୋଲିସ କର୍ମଚାରୀ ରାଜେନ୍ଦ୍ର କୁମାର ମହାକୁର । ଆଶ୍ଚର୍ଯ୍ୟର କଥା ସାଧାରଣ ଜନତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସଂକଳ୍ପ ନେଇଥିବା ଜଣେ ପୋଲିସ କର୍ମଚାରୀ ଏଭଳି କାଣ୍ଡ ଭିଆଇ ଥିବା କଥା ଏବେ ଚର୍ଚ୍ଚାରେ । ଏନେଇ ଲିଖିତ ଅଭିଯୋଗ କରିଛନ୍ତି ପ୍ରତାପ ।

ତେବେ ମାମଲା ରୁଜୁ କରି ଚୁପ ବସିପଡ଼ିଥିବା ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରତାପଙ୍କ ପରିବାର । ଜଣେ ପୋଲିସ କର୍ମଚାରୀ ହୋଇ ଅନ୍ୟ ପୋଲିସ କର୍ମଚାରୀଙ୍କ ଗାଡି କିଭଳି ଜାଳିଦେଲେ ତାକୁନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଅଗ୍ନିକାଣ୍ଡ ଘଟାଇଥିବା ପୋଲିସ କର୍ମଚାରୀଙ୍କ ଏଯାଏଁ ମିଳିନି କୌଣସି ପ୍ରତିକ୍ରିୟା । ତେବେ ଜଣେ ପୋଲିସ କର୍ମଚାରୀ ହୋଇ ଯଦି ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ଗାଡି ଜାଳି ଦେଉଛି । ତାହାଲେ ସେ କର୍ମଚାରୀ ଜଣକ ସାଧାରଣ ଜନତାଙ୍କ ସୁରକ୍ଷା କିଭଳି କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

 

ଆହୁରି ପଢ଼ନ୍ତୁ : ବାଲି ମାଫିଆଙ୍କ ଦବଙ୍ଗଗିରି, ଖସାଇ ନେଇଗଲେ ବାଲି ବୋଝେଇ ଟ୍ରାକ୍ଟର