ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଯେ କୌଣସି ମୁହୂର୍ତ୍ତରେ ପଶିପାରେ ସିବିଆଇ । କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ଭାର ପ୍ରଦାନ କଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ । ସିବିଆଇ ତଦନ୍ତ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଲା । ପରୀକ୍ଷୀରେ ଦୁର୍ନୀତି, ବେଆଇନ କାର୍ଯ୍ୟକଳାପ ସହ ପରୀକ୍ଷାକୁ ପ୍ରଭାବିତ କରିବାକୁ ସଂଗଠିତ ପ୍ରୟାସ ଏବଂ ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଅନ୍ୟାନ୍ୟ ଅପରାଧର ତଦନ୍ତ କରିବ ସିବିଆଇ ।
ପୋଲିସ ସବ ଇନସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ଯକୁ ବ୍ୟାପିଥିବା ସନ୍ଦେହ କରାଯାଉଛି । ଏଥିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ଅନୁମାନ କରାଯାଉଛି । ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବା ସହ ବହୁ ତଥ୍ୟ ହାସଲ କରିଛି ।
ଆହୁରି ପଢ଼ନ୍ତୁ : ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର ତଦନ୍ତ କରିବ ସିବିଆଇ, ତଦନ୍ତ ଭାର ଦେଲେ କେନ୍ଦ୍ର ସରକାର