ପୋଲିସ ସ୍ପେଶାଲ ସ୍କ୍ବାଡ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩ ଜଣ ଆହତ

କେନ୍ଦୁଝର: କେନ୍ଦୁଝରରେ ଓଲଟିଲା ପୋଲିସ ଗାଡ଼ି, ୩ ଜଣ ଆହତ ହୋଇଛନ୍ତି । ନନ୍ଦିପଦା ଥାନା ଅଞ୍ଚଳରୁ ଜଣେ ଅପରାଧୀକୁ ଧରି ସ୍ପେଶାଲ ସ୍କ୍ବାଡ ଗାଡ଼ି ଫେରୁଥିବା ବେଳେ ଚାରିନାଳିଆ ନିକଟରେ ଗାଡି ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍ପେଶାଲ ସ୍କ୍ୱାଡ ଗାଡି। ଏହି ଗାଡିରେ ଜଣେ ଅପରାଧୀ ଓ ଦୁଇ ପୋଲିସ କର୍ମଚାରୀ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି ।  ଅତିରିକ୍ତ ଏସ୍‌ପି ମନୋଜ ରାଉତ, ଏସ୍‌ଡିପିଓ ପ୍ରଶାନ୍ତ ବେହେରା ପ୍ରମୁଖ ପହଞ୍ଚି ଗୁରୁତରଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ସହ କଟକ ପଠାଇବାର ବ୍ୟବସ୍ଥା କରିଥିଲେ ।

 

ଆହୁରି ପଢ଼ନ୍ତୁ : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍: ୩ ଗୁରୁତର, ୩୦ ଆହତ