ପ୍ରଥମ ସ୍ତ୍ରୀ ଓ ସ୍ୱାମୀ ଥାଇ ପୁଣି ବାହା ହେଲା ବେଳେ ପୋଲିସ୍‌ ସହ ପହଞ୍ଚିଗଲେ ପରିବାର ଲୋକେ

ଅଧାରୁ ବନ୍ଦ ହେଲା ବାହାଘର । ପୋଲିସ୍‌ ବନ୍ଦ କଲା ମନ୍ଦିରରେ ଚାଲିଥିବା ବାହାଘରକୁ । ଭୁବନେଶ୍ୱର ମୈତ୍ରୀ ବିହାରରେ ବୁଧବାର ଦିନ ଘଟିଛି ଏହି ଘଟଣା । କଥା କଣ ବୁଝିଲା ବେଳକୁ ଜଣାପଡ଼ିଲା ଯେ ପୂର୍ବରୁ ବିବାହିତ ଦୁଇ ଜଣ ପୁରୁଷ ଓ ମହିଳା ନିଜର ପ୍ରଥମ ସ୍ତ୍ରୀ ଓ ସ୍ୱାମୀ ଥାଇ ପରସ୍ପରକୁ ବିବାହ କରୁଥିଲେ ।

ଭୁବନେଶ୍ୱର (କେନ୍ୟୁଜ):  ଅଧାରୁ ବନ୍ଦ ହେଲା ବାହାଘର । ପୋଲିସ୍‌ ବନ୍ଦ କଲା ମନ୍ଦିରରେ ଚାଲିଥିବା ବାହାଘରକୁ । ଭୁବନେଶ୍ୱର ମୈତ୍ରୀ ବିହାରରେ ବୁଧବାର ଦିନ ଘଟିଛି ଏହି ଘଟଣା । କଥା କଣ ବୁଝିଲା ବେଳକୁ ଜଣାପଡ଼ିଲା ଯେ ପୂର୍ବରୁ ବିବାହିତ ଦୁଇ ଜଣ ପୁରୁଷ ଓ ମହିଳା ନିଜର ପ୍ରଥମ ସ୍ତ୍ରୀ ଓ ସ୍ୱାମୀ ଥାଇ ପରସ୍ପରକୁ ବିବାହ କରୁଥିଲେ । ତେବେ ପୁରୁଷଙ୍କର ପ୍ରଥମ ପତ୍ନୀ ପହଞ୍ଚି ସବୁ ଭଣ୍ଡୁର କରିଦେଲେ । ଏମିତିକି ତାଙ୍କ ପରିବାର ଲୋକେ ମଧ୍ୟ ବାହାଘରକୁ ବିରୋଧ କରିଥିଲେ । ମନ୍ଦିରରେ ବାହାଘର ମନ୍ତ୍ର ଉଚ୍ଚାରଣ ହେଉଥିଲା ବେଳେ ସେମାନେ ପୋଲିସ୍‌ ସହ ପହଞ୍ଚିଥିଲେ । ପୋଲିସ୍‌ ସମସ୍ତଙ୍କୁ ଧରି ମୈତ୍ରୀ ବିହାର ଥାନାରେ ପହଞ୍ଚିଥିଲା ।

ଗୋଲାପୀ ରଙ୍ଗର ପଂଜାବୀ ପିନ୍ଧି ଥିବା ବ୍ୟକ୍ତିଙ୍କ ନାଁ ହେଉଛି ଦୁଆରୀ ସ୍ୱାଇଁ । ଭୁବନେଶ୍ୱର ବରମୁଣ୍ଡା ଗାଁରେ ଘର । ସେ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ଝିଅ ଅଛନ୍ତି । ବିବାହିତ ହେବା ସତ୍ତ୍ୱେ ସେ ଦେବସ୍ମିତା ନାୟକ ନାମକ ଜଣେ ବିବାହିତା ମହିଳାଙ୍କୁ ବିବାହ କରିବାକୁ ଯାଉଥିଲେ । ଦେବସ୍ମିତା ହେଉଛନ୍ତି ପ୍ରକାଶ ଓରଫ ପପୁ ନାମକ ସହିଦନଗର ଅଞ୍ଚଳର ଜଣେ ଯୁବକଙ୍କୁ ଏଗାର ବର୍ଷ ତଳେ ବିବାହ କରିଥିଲେ ।

ସେମାନଙ୍କ ଛାଡ଼ ପତ୍ର ପାଇଁ କୋର୍ଟରେ କେସ୍‌ ଚାଲିଥିବା ବେଳେ ବୁଧବାର ଦିନ ହଠାତ ଏମାନଙ୍କ ବାହାଘର ସମସ୍ତଙ୍କୁ ସ୍ତବଧ କରିଥିଲା । ଦୁଆରୀଙ୍କ ପତ୍ନୀ, ଝିଅ ଏବଂ ପରିବାର ଲୋକେ ଆସି ବାହାଘରକୁ ବିରୋଧ କରିଥିଲେ । ଅଭିଯୋଗ ପରେ ପୋଲିସ୍‌ ସମସ୍ତଙ୍କୁ ଧରି ମୈତ୍ରୀ ବିହାର ଥାନାକୁ ଆଣିଥିଲା । ତାପରେ ପହଞ୍ଚି ଥିଲେ ଦେବସ୍ମିତାଙ୍କ ପ୍ରଥମ ସ୍ୱାମୀ ପ୍ରକାଶ । ଦୁଆରୀ ଓ ପ୍ରକାଶ ଉଭୟଙ୍କ ଭିତରେ ଥାନା ପରିସରରେ ବଚସା ହୋଇ ଥିଲା । ପ୍ରକାଶ ଏବଂ ଦୁଆରୀ ସ୍ୱାଇଁ ବଡ ଭାଇ କହିଥିଲେ ସବୁ ଘଟଣା ।

ଏପଟେ ମୈତ୍ରୀ ବିହାର ଥାନାରେ ଦୁଆରୀ ସ୍ୱାଇଁଙ୍କ ପ୍ରଥମ ପତ୍ନୀ ଦେବସ୍ମିତାଙ୍କ ନାଁରେ ଏତଲା ଦେଇଥିଲା ବେଳେ ଦେବସ୍ମିତା ତାଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି । ତେଣୁ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି ତଦନ୍ତ ଚଳାଇଛି । ଉଭୟଙ୍କୁ ନୋଟିସ ଦେଇ ଛାଡ଼ିଛି ।

 

Leave A Reply

Your email address will not be published.