ଗୋଲଡେନ ବାବାଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗ , ନବୀନ ନିବାସ ଘେରାଓ ବେଳେ ପୋଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି

ଭୁବନେଶ୍ବର : ନବୀନ ନିବାସ ଘେରାଓ ବେଳେ ପୋଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି। ଗୋଲଡେନ ବାବାଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗରେ ଆନ୍ଦୋଳନ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ରାଜ୍ୟ କଂଗ୍ରେସ ଭବନରୁ ଛାତ୍ର କଂଗ୍ରେସର ଏକ ରାଲି ବାହାରି ନବୀନ ନିବାସ ଅଭିମୁଖେ ଯାଉଥିଲା । ଏତିକିବେଳେ ଶିଶୁ ଭବନ ଛକରେ ସୋନଙ୍କୁ ଅଚକାଇଥିଲା ପୋଲିସ । ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ବ୍ୟାରେକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା। ଆନ୍ଦୋଳନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।