ସାବାସ୍ ପୋଲିସ୍ ବାବୁ: ଉପସ୍ଥିତ ବୁଦ୍ଧି ଖଟାଇ ୨ ଲୁଟେରାରୁ କାବୁ କରିବାରେ ସଫଳ ହେଲେ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ) :  ୟୁନିଟ୍ ୨ ସ୍ଥିତ ମାର୍କେଟ ବିଲ୍ଡିଂ। ଠିକ୍ ସନ୍ଧ୍ୟା ସମୟରେ କେହି କିଛି ଜାଣିବା ପୂର୍ବୁରୁ ଜଣେ ଯୁବକ ଦୌଡ଼ି ଯାଇ ଦୁଇ ଜଣ ବସି ଯାଉଥିବା ଗୋଟିଏ ବ୍ଲାକ୍ ପଲସର୍ ଗାଡ଼ିଟିକୁ ଗୋଡ଼ରେ ଗୋଇଠାଟେ ମାରିଲେ। ଯାହାଫଳରେ ଗାଡିରେ ବସିଥିବା ଦୁଇ ଜଣ ଯୁବକ ଛିଟିକି ହୋଇପଡିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଥିଲେଗୋଇଠା ମାରିଥିବା ଯୁବକ ଜଣକ। ଆଉ ଅନ୍ୟ ଯୁବକ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିଲେ। ତେବେ ସେ ଦୌଡ଼ୁ ଥିବା ସମୟରେ ଉପସ୍ଥିତ କିଛି ଲୋକେ ତା ପଛରେ ଚୋର ଚୋର କହି ଗୋଡ଼ାଇଥିଲେ ।

ଏସବୁ ଦେଖିଥିଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆମ ପ୍ରତିନିଧି ରାଜା। ସେ ମଧ୍ଯ ଦୌଡୁଥିବା ଯୁବକର ପିଛା କରିଥିଲେ। ତେବେ ଉକ୍ତ ଯୁବକ ଜଣକ ଯାଇ ଗୋଟିଏ ଅଟୋ ରିକ୍ସା ଭିତରେ ବସିଯାଇଥିଲା। ଆଉ ଏତିକି ବେଳେ ଆମ ପ୍ରତିନିଧି ଯାଇ ତାକୁ କାବୁ କରି ନେଇଥିଲେ। ଏହାର କିଛି ସମୟ ଭିତରେ ସେଠାରେ ଗାଡ଼ିକୁ ଗୋଇଠା ମାରିଥିବା ଯୁବକ ପହଞ୍ଚିଲେ ଏବଂ ଉକ୍ତ ଯୁବକକୁ ତାଙ୍କ ହେପାଜତକୁ ନେଇଥିଲେ। ଆଉ ସେଇଠି ପରିଚୟ ଦେଇଥିଲେ ସେ ହେଉଛନ୍ତି ଜଣେ ପୋଲିସ ସବଇନ୍ସପେକ୍ଟର। ତାଙ୍କ ନାମ ସ୍ମୃତି ରଞ୍ଜନ ବେହେରା । ସେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ।

ଘଟଣା କଣ୍ ପଚାରିବାକୁ ଚେଷ୍ଟା କରୁଥିଲୁ। କିନ୍ତୁ କିଛି କହିବାକୁ ପ୍ରସ୍ତୁତ ନଥିଲେ। ଆଉ କାବୁ ହୋଇ ଥିବା ଯୁବକ ଜଣଙ୍କୁ ଟାଣି ଟାଣି ନେଇ ଯାଇ ପିସିଅର୍ ଭିତରେ ବସାଇ ଥିଲେ। ଉକ୍ତ ଦୁଇ ଯୁବକ ଛାଡ଼ି ପଳାଇ ଯାଇଥିବା ବାଇକ୍ କୁ ମଧ୍ୟ ପୋଲିସ ଜବତ କରି ନିଜ ଅକ୍ତିଆରକୁ ନେଇଥିଲେ । ଏସବୁ ଦୃଶ୍ୟରୁ କିଛି ଦୃଶ୍ୟ ଆମ କ୍ୟାମେରା କଏଦ କରିଥିଲୁ । ଏହାପରେ ଘାଟଣା ସମୟରେ ଉପସ୍ଥିତ ଥିବା ଲୋକଙ୍କୁ ପଚାରି ବୁଝିଲା ବେଳକୁ ଜଣା ପଡ଼ିଲାକି ଧରା ପଡ଼ିଥିବା ଦୁଇ ଯୁବକ କିଛି ଦିନ ହେଲା ଏକ ଭୁଲ୍ ନମ୍ବର ଥିବା ବ୍ଲାକ ପଲସର୍ ଗାଡ଼ିରେ ବୁଲୁଥିଲେ ।ରାଜଧାନୀର ବିଭିନ୍ନ ଅଞ୍ଚଳ ର ଲୋକମାନଙ୍କ ଠାରୁ ସୁନା ଚେନ ଲୁଟ କରୁଥିଲେ।

ଏମାନେ ପେସା ଦାର ଲୁଟେରା । ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଅନେକ ମାମଲା ରହିଛି। ଘଟଣା ଦିନ ଶୈଳ ଶ୍ରୀ ବିହାର ଅଞ୍ଚଳ ରେ ଦୁଇ ତିନି ଜଣଙ୍କ ଠାରୁ ସୁନା ଚେନ ଲୁଟ କରିଥିଲେ । ଏକଥା ବିଭିନ୍ନ ଥାନା କୁ ଏହି ବ୍ଲକ ପଲସର୍ ନମ୍ବର ସହିତ ଅବଗତ କରାଯାଇଥିଲା । ଶୈଳଶ୍ରୀ ବିହାର ଅଞ୍ଚଳରୁ ଲୁଟ କରି ମାର୍କେଟ ବିଲଡିଂ ଅଞ୍ଚଳରେ ପସି ଲୁଟ କରିବାକୁ ଉଦ୍ୟମ କରୁଥିଲେ। ଠିକ୍ ସେହି ସମୟରେ କ୍ୟାପିଟାଲ ଥାନା ସବଇନ୍ସପେକ୍ଟର ସ୍ମୃତି ରଞ୍ଜନ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କ ବ୍ଲାକ ପଲସର୍ ଓ ଗାଡ଼ି ନମ୍ବର ଦେଖି ହଠାତ୍ ତାଙ୍କୁ ଅତର୍କିତ ପଦକ୍ଷେପ ନେଇ ଥିଲେ ସ୍ମୃତି ରଞ୍ଜନ। ଜଣେ ସାହାସୀ ସବଇନ୍ସପେକ୍ଟର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଥିପାଇଁ କେନ୍ଯୁଜ୍ ପକ୍ଷରୁ ତାଙ୍କୁ ଧନ୍ୟବାଦ।

 

Leave A Reply

Your email address will not be published.