ଭୁବନେଶ୍ୱର ଟ୍ରାଫିକ୍‌ ସମସ୍ୟା ସୁଧାର ଆଣିବାକୁ ଉଦ୍ୟମ, ରାତିରେ ଜୋରଦାର ହେବ ବସ୍‌ ଯାଞ୍ଚ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବାକୁ ଉଦ୍ୟମ । ରାତିରେ ଜୋରଦାର ହେବ ବସ୍‌ ଯାଞ୍ଚ । ତାପୂର୍ବରୁ ଆଜି ବସିବ ବସ୍‌ ମାଲିକ ସଂଘର ସଭାପତି ଓ ସଦସ୍ୟଙ୍କ ସହ ଆଲୋଚନା କରିବେ ଆରଟିଓ । ରାତିରେ ବସ୍‌ ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ବିଶେଷ କରି ରାତି ବସ ଗୁଡିକ ବରମୁଣ୍ଡାରୁ ବାହରିବା ପରେ ଜୟଦେବ ବିହାର, ଆଚାର‌୍ୟ୍ୟବିହାର, ବାଣୀବିହାର, ସତସଙ୍ଗ ବିହାର, ରସୁଲଗଡ, ପଳାଶୁଣୀ ଛକ ଅଞ୍ଚଳରେ ଅଟକି ରହୁଛି । ଫଳରେ ପ୍ରତିଦିନ ସଂଧ୍ୟାରୁ ରାତି ଯାଏ ଲାଗି ରହୁଛି ଟ୍ରାଫିକ୍‌ ସମସ୍ୟା । ଏହାର ସ୍ଥାୟୀ ସମାଧାନ ପାଇଁ ବୈଠକରେ ଆଲୋଚନା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.