ଭୁବନେଶ୍ବର : ଭରତପୁରରେ ପତ୍ନୀଙ୍କୁ ମାତ୍ରାଧିକ ନିଶ୍ଚେତକ ଇଞ୍ଜେକ୍ସନ ଦେଇ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଅଭିଯୁକ୍ତ ସ୍ବାମୀକୁ ଦିନିକିଆ ରିମାଣ୍ଡରେ ଆଣିଲା କମିଶନରେଟ ପୋଲିସ । ଝାରପଡା ଜେଲରୁ ତାକୁ ଭରତପୁର ଥାନାକୁ ଆଣି ପଚରା ଉଚୁରା କରୁଛି ଭରତପୁର ପୋଲିସ । ACP ଜୋନ ୩ ତାପସ ପ୍ରଧାନ, IIC ଦୀପକ ଖଣ୍ଡାୟତରାୟ ପଚରାଉଚୁରା କରିଛନ୍ତି ।
ହତ୍ୟାର ମୋଟିଭ କଣ ଥିଲା? କିଭଳି ଯୋଜନା କରିଥିଲା? କିଭଳି ସ୍ତ୍ରୀ ଶୁଭଶ୍ରୀ ନାୟକଙ୍କୁ ଫାର୍ମାସିଷ୍ଟ ସ୍ବାମୀ ପ୍ରଦ୍ୟୁମ୍ନ କୁମାର ଆନେସ୍ଥେସିଆ ଇଞ୍ଜେକସନ ଦେଇଥିଲା ? ଆନେସ୍ଥେସିଆ ଇଞ୍ଜେକସନ କିଏ କିଏ ଦେଇଥିଲେ? ଆଜି ତାର କ୍ରାଇମ୍ ସିନ ରିକ୍ରିଏସନ୍ କରିବ ପୋଲିସ୍। ଘଟଣା ସ୍ଥଳକୁ ନେବ ଆଉ ଅଭିଯୁକ୍ତ ଡେମୋ କରି ଦେଖାଇବ । ଗତ୨୮ ତାରିଖରେ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଶୁଭଶ୍ରୀଙ୍କ ମାଆ ହସ୍ପିଟାଲରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ।
ଏହି ଘଟଣାରେ ସେ ଥାନାରେ ଏତଲା ଦେଇଥିଲେ । ଝିଅର ମୃତ୍ୟୁ ପାଇଁ ପ୍ରଦ୍ୟୁମ୍ନ ଓ ଦୁଇ ଯୁବତୀଙ୍କୁ ଦାୟୀ କରିଥିଲେ । ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ପ୍ରଦ୍ୟୁମ୍ନ ଓ ତାଙ୍କ ଦୁଇ ପ୍ରେମିକା ଓଭରଡୋଜ ଆନେସ୍ଥେସିଆ ଦେବାରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଓ ତାଙ୍କର ଦୁଇ ବାନ୍ଧବୀଙ୍କୁ ପୋଲିସ ଗିରଫ କରିଥିଲା ।