ସୋର-କୁପାରୀ ରାସ୍ତାର ସାଦ୍ଧିକପୁରଠାରେ ଖଇରା ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ

ସୋର(କେନ୍ୟୁଜ୍) : ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ସୋର-କୁପାରୀ ରାସ୍ତାର ସାଦ୍ଧିକପୁରଠାରେ ଖଇରା ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପୋଲିସ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ଏଏସଆଇ ପ୍ରଦୀପ କୁମାର ମହାନ୍ତି ଆହତ ହୋଇଛନ୍ତି। ଡ୍ରାଇଭରଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପ୍ରଦୀପ କୁମାରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ପାଟ୍ରୋଲିଂ କରୁଥିବାବେଳେ ହତାଠ୍‌ ଏକ ଷଣ୍ଡ ରାସ୍ତା ଉପରକୁ ପଳାଇ ଆସିଥିଲା। ଷଣ୍ଡକୁ ରକ୍ଷା କରିବାକୁ ଯାଇ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା।

You might also like