ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଆଇଆଇସି ସମେତ ୨ ଗୁରୁତର

ରେଢ଼ାଖୋଲ(କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା, କିସିଣ୍ଡା ଥାନା ଗାଡ଼ି ହୋଇଛି ଦୁର୍ଘଟଣାଗ୍ରସ୍ତ । ଗାଡ଼ି ରେ ଥିବା ଥାନା ଆଇଆଇସି ଓ ଗାଡ଼ି ଡ଼୍ରାଇଭର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲ ଓ ଅବସ୍ଥା ଗୁରୁତର ହେବାରୁ ପରେ ଉଭୟଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।

ଆଜି ସକାଳେ ବଡମାଲ ଫାଣ୍ଡି ଅଧିକାରୀ ଙ୍କ ବାଥରୁମ ରେ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଖବର ପାଇ , କିସିଣ୍ଡା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଓ ଜଣେ ହୋମଗାର୍ଡ ଇଭାନ ବିଶ୍ଵାଳ ସହ ନିଜେ ପୋଲିସ ଗାଡି ଚଳାଇ ଆସୁଥିବା ବେଳେ, କିସିଣ୍ଡା – ରେଢ଼ାଖୋଲ ରାସ୍ତା ର ଆମ୍ବପାଳ ଠାରେ ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହୋଇଥିଲେ ।

ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ପୋଲିସ ସମସ୍ତ ଙ୍କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ ଆଣି ଥିଲା । ପ୍ରାଥମିକ ଚିକିତ୍ସା ପରେ ଦୁହିଁକୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.