ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ପୋଲିସ ଆକ୍ରମଣର ଶିକାର

ଯାଜପୁର: ପୋଲିସ ଉପରେ ଆକ୍ରମଣ । ଛୁପି ଛୁପି ଆସିଥିଲେ ଠିକ୍ ସମୟରେ ମାଡ଼ି ବସିଲେ । ତା’ପରେ ନେଇଥିଲା ସଂଘର୍ଷର ରୂପ । ପୋଲିସ ଆଉ ଅପହରଣକାରୀଙ୍କ ପରିବାର ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି । କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲେ ଥାନା ଅଧିକାରୀ । ହଁ ଆଜ୍ଞା, ଆପଣ ଭାବୁଥିବେ ଆମକୁ ସୁରକ୍ଷା ଦେଉଥିବା ସୁରକ୍ଷାକର୍ମୀ ନିଜେ ଅସୁରକ୍ଷିତ କିପରି ହେଲେ ? ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ବିପଦ ଘେରରେ । କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା ଅପହରଣ ହୋଇଥିବା ଝିଅକୁ ଉଦ୍ଧାର କରିବା । ସେଥିପାଇଁ ସେ ଅପହରଣକାରୀଙ୍କୁ ମାତ୍ ଦେଇଥିଲେ । ହେଲେ ଟିକେ ଟିକେ ରେ ନିଜ ଜୀବନ ବିପଦ ମୁଖରେ ପଡ଼ିଯାଇଥିଲା । ନାବାଳିକାକୁ ବିବାହ କରିଥାଆନ୍ତା ଅପହରଣ କାରୀ କିନ୍ତୁ କିନ୍ତୁ ସେହି ସମୟରେ ବାଧା ଦେଇଥିଲେ ଥାନା ଅଧିକାରୀ । ତା’ପରେ ଥାନା ଅଧିକାରୀଙ୍କ ଅବସ୍ଥା ହୋଇଥିଲା ଏପରି ।
ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଘଟଣା ଉପରେ । ଡେଲାଙ୍ଗରୁ ଅପହରଣ ହୋଇଥିବା ନାବାଳିକାକୁ ଉଦ୍ଧାର କରିବାକୁ ଯାଇଥିଲେ ପୋଲିସ । ହେଲେ ଯାଜପୁର ଜିଲ୍ଲା ବଡ଼ଚଣାରେ ପୋଲିସ ଉପରେ ହୋଇଥିଲା ଆକ୍ରମଣ । ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ଡେଲାଙ୍ଗ ପୋଲିସ ୪ ଜଣ ବଡ଼ଚଣା ଥାନାର ୩ ଜଣ ପୋଲିସ ଆହତ ହୋଇଛନ୍ତି ।
ଗତ ୯ତାରିଖ ରାତିରେ ଖବର ପାଇ ବଡ଼ଚଣା ପୋଲିସ ଓ ଡେଲାଙ୍ଗ ପୋଲିସ ବଡ଼ଚଣା ଥାନା ଅନ୍ତର୍ଗତ ଦଳେଇ ସାହି ନାବାଳିକାକୁ ଉଦ୍ଧାର କରିବାକୁ ଯାଇଥିଲେ । ଅପହରଣକାରୀ ମନୋଜ କୁମାର ସାମଲ ନାବାଳିକା (୧୭ବର୍ଷ)କୁ ଅପହରଣ କରି ବିବାହ କରିବାକୁ ଯୋଜନା କରିଥିଲା । ବିବାହ ପାଇଁ ମଧ୍ୟ ପ୍ରସ୍ତୁତି ସରିବା ଉପରେ । ଠିକ୍ ସେହି ସମୟରେ ଘରେ ପରିବାର ଲୋକେ ଓ ବନ୍ଧୁ ବାନ୍ଧବ ଥିବା ସମୟରେ ପୋଲିସ ଚଢ଼ାଉ କରଥିଲା । ଯାହାଫଳରେ ପୋଲିସ ଆକ୍ରମଣର ଶିକାର ହୋଇଥିଲା । ଅପହରଣକାରୀଙ୍କୁ ଖସାଇ ଦେବା ଉଦ୍ଦେଶ୍ୟରେ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ତାଙ୍କ ପରିବାର ଲୋକେ ।
ସଂଗବଦ୍ଧ ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ମୋଟ ୭ଜଣ ଆହତ ହୋଇଥିବା ବେଳେ ୨ଜଣ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ବଡ଼ଚଣା ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ଥିବା ପୋଲିସ ସୂଚନା ଦେଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଅନୁଧ୍ୟାନ ଜାରି ରଖିଥିବା ବଡ଼ଚଣା ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ସୂଚନା ଦେଇଛନ୍ତି ।