ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ପୋଲିସ୍ କର୍ମୀ

ନରସିଂହପୁର: ପ୍ରତେକ ଦିନ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ସୁରକ୍ଷା କର୍ମୀ ଏବେ ଅସୁରକ୍ଷିତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ପୋଲିସ୍ ଥାନାରେ । କଟକ ଜିଲ୍ଲା ନରସିଂହପୁର ସଦର ମହକୁମାରେ ଏହି ଥାନାଟି ଅବସ୍ଥିତ । ପାଖାପାଖି ୨୦ଗୋଟି ଗ୍ରାମ ପଞ୍ଚାୟତ ତଥା ସମସ୍ତ ସରକାରୀ ଅଫିସକୁ ସୁରକ୍ଷା ଯୋଗାଇ ଆସୁଥିବା ଏହି ଥାନା କାହିଁ କେଉଁ ରାଜା ରାଜୁଡା ଅମଳରୁ ଗଠନ ହୋଇଛି ।

ହେଲେ ବିଡମ୍ବନାର ବିଷୟ ସୁରକ୍ଷାକର୍ମୀ ମାନେ ରହୁଥିବା ଘର ଗୁଡିକ ସେହି ପୁରୁଣା ଅମଳର ଆଜବେଷ୍ଟ ଘର ହୋଇଥିବାବେଳେ, ତାହା କାଳକ୍ରମେ ଭାଙ୍ଗିବାକୁ ବସିବା ସହ ସେଥିରୁ ପାଣି ଗଳୁଛି । ଏହାସହ କାନ୍ଥ ଫାଟି ସେଥିରେ ଗଛ ସବୁ ଉଠିଗଲାଣି ।

ଯାହାଫଳରେ ଏବେ ବିପଦ ସଙ୍କୁଳ ଅବସ୍ଥାରେ ସେହି ୮ ଗୋଟି ଘରେ ରହୁଛନ୍ତି ୧୦ ଜଣ ପୋଲିସ୍ କର୍ମୀ । ତେବେ ଘର ଗୁଡିକ ପୁରା ନଷ୍ଟ ହୋଇଯାଇଥିବାବେଳେ, କେତେବେଳେ କି ଅଘଟଣ ଘଟିବ ତାକୁ ଏଡ଼ାଇ ହୋଇନପାରେ । ତେବେ ଏହାକୁ ଉଚ୍ଚ କତୃପକ୍ଷ ଯଥାଶୀଘ୍ର ନଜର ଦେବାକୁ ସାଧାରଣରେ ଦାବି ହୋଇଛି ।

ଏନେଇ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କମେରା ଆଗରେ କିଛି କହିବାକୁ ମନା କରିବା ପରେ, ଆମେ ଆଠଗଡ SDPOଙ୍କ ସହ ଯୋଗାଯୋଗ କରିଥିଲୁ ସେ ଏହାର ତୁରନ୍ତ ପ୍ରତିକାର ନିମନ୍ତ ଉପର ଅଫିସରଙ୍କୁ ଜଣାଇବେ ବୋଲି କହିଛନ୍ତି । କେବେ ସୁରକ୍ଷିତ ହେବେ ସୁରକ୍ଷାକର୍ମୀ ଦେଖିବାକୁ ବାକି ରହିଲା ।

 

You might also like