ଶିଶୁଙ୍କୁ ନିର୍ବାଚନ ମନା, ନିର୍ଦ୍ଦେଶନାମା ଜାରି କଲେ ଇଲେକସନ୍ କମିଶନ
ନିର୍ବାଚନ କାର୍ଯ୍ୟରେ ଶିଶୁଙ୍କୁ ନିୟୋଜନକୁ ବରଦାସ୍ତ କରାଯିବ ନାହିଁ। ନିର୍ବାଚନ ପ୍ରକ୍ରିୟାରେ ଛୋଟ ପିଲାଙ୍କୁ ବ୍ୟବହାର ବିରୋଧରେ ଜିରୋ ଟୋଲେରାନ୍ସ ବା ଶୂନ୍ୟ ସହନଶୀଳ ନୀତି ଆପଣାଯିବ।

ଭୁବନେଶ୍ୱର : ନିର୍ବାଚନ କାର୍ଯ୍ୟରେ ଶିଶୁଙ୍କୁ ନିୟୋଜନକୁ ବରଦାସ୍ତ କରାଯିବ ନାହିଁ। ନିର୍ବାଚନ ପ୍ରକ୍ରିୟାରେ ଛୋଟ ପିଲାଙ୍କୁ ବ୍ୟବହାର ବିରୋଧରେ ଜିରୋ ଟୋଲେରାନ୍ସ ବା ଶୂନ୍ୟ ସହନଶୀଳ ନୀତି ଆପଣାଯିବ। ଶିଶୁ ଅଧିକାର ସୁରକ୍ଷା ପାଇଁ ଗାଇଡଲାଇନ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। ନିର୍ବାଚନ ପ୍ରକ୍ରିୟା ସହ ଜଡିତ କୌଣସି କାମରେ ଛୋଟ ପିଲାଙ୍କୁ ନିୟୋଜିତ କରିବା ବିରୋଧରେ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଜାରି କରିଛନ୍ତି ନିର୍ଦ୍ଦେଶନାମା।