ବ୍ରଜରାଜନଗରରେ ବଢ଼ିଲା ରାଜନୈତିକ ଉଷ୍ମତା, ବିଧାନସଭା ଆସନର ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜନୀତି ଜୋର

(କେନ୍ୟୁଜ): ବ୍ରଜରାଜନଗର ବିଧାନସଭା ଆସନର ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପୂର୍ବରୁ ରାଜନୀତି ଜୋର । ବିଜେଡି କହିଛି, ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ସେଠାକାର ସଙ୍ଗଠନ ଭଲ ରହିଛି । ଭଲ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି, ମନ୍ତ୍ରୀ ପଦ୍ମନାଭ ବେହେରା । ପ୍ରାର୍ଥୀ କିଏ ହେବେ, ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ ।

ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି ପଦ୍ମନାଭ ବେହେରା । ସେପଟେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ ସମସ୍ତ ଆଲୋଚନା ଶେଷ ହୋଇଥିବା କହିଛି ବିଜେପି । ଦିନେ ଦୁଇ ଦିନ ଭିତରେ ପ୍ରଭାରୀ ଓ ସହ ପ୍ରଭାରୀ ଓଡ଼ିଶା ଆସିବେ । ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ । ସମ୍ଭାବ୍ୟ ତାଲିକାରେ ଦୁଇ-ତିନି ଜଣ ପୁରୁଷ ମହିଳା ରହିଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ । ବ୍ରଜରାଜନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କର ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଥିଲା। ଗତବର୍ଷ ଡିସେମ୍ବର ୩୧ ତାରିଖରେ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.