ରାଜନୈତିକ ହିଂସା: ସରପଞ୍ଚ ପ୍ରାର୍ଥୀପତ୍ରକୁ ଦୁଇ ପକ୍ଷ ମଧ୍ୟରେ ମନମାଳିନ୍ୟ, ଜାଳିଦେଲେ ଧାନ ଗଦା
ଆଠଗଡ଼(କେନ୍ଯୁଜ୍): ଆଠଗଡ଼ ତିଗିରିଆ ବ୍ଲକ୍ ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଦେଖିବାକୁ ମିଳିଛି ରାଜନୈତିକ ପ୍ରତିହିଂସା । ଗତକାଲି ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀପତ୍ରକୁ ନେଇ ଦୁଇ ପକ୍ଷ ମଧ୍ୟରେ ହେଇଥିଲା ମନମାଳିନ୍ୟ ।
ଯାହାର ପ୍ରତିଫଳ ସ୍ୱରୂପ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପକ୍ଷ ହିଂସାପରାୟଣ ହୋଇ ଅନ୍ୟ ଏକ ପକ୍ଷର ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ପାଖାପାଖି ୮୦କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ ଅମଳ ହେବାକୁ ଥିବା ଧାନ ଜଳିପୋଡି ନଷ୍ଟ ହୋଇଯାଇଥିଲା । ସକାଳୁ ତିଗିରିଆ ଅଗ୍ନିଶମ ବିଭାଗ ଏହି ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।