ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁର ପୋଲସରା ଥାନା ଇଢାପୁର ଗାଁରେ ରାଜନୈତିକ ହିଂସା। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର। ମୃତକ ପୂର୍ବତନ ସରପଞ୍ଚଙ୍କ ପୁଅ ସୁଶାନ୍ତ ନାୟକ। ଗୁରୁତରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ୬ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତିନୋଟି ଗାଡି ଭାଙ୍ଗିଦେବା ସହ ସୁନା ଅଳଙ୍କାର ଲୁଟ୍ କରିଥିଲେ। ପୋଲସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।