ରାଜ୍ୟ

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ରାଜନେତାଙ୍କ ଧମକ, ପ୍ରତିବାଦରେ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ଏତଲା

ଟାଙ୍ଗୀ(କେନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକମାନେ ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଦାବି ପାଇଁ  ନିଜ ଜୀବନକୁ ତୁଚ୍ଛ କରି ଅନ୍ୟାୟ ବିରୋଧରେ ଖବର ପ୍ରସାରଣ କରେ । ଏହି ସମୟରେ ତାକୁ ବହୁ ଝଡ ଝାଞ୍ଜ ସହିବାକୁ ପଡେ । ପ୍ରତିବଦଳରେ ବେଳେ ବେଳେ ଗାଳି ଓ ମାଡ଼ ଖାଉଥିବାର ବହୁ ନଜିର ରହିଛି । ନିକଟରେ ନୟାଗଡ଼ , ପୁରୀ ଏପରି ବହୁ ଜାଗାରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି। ଏନେଇ ବହୁବାର  ସାମ୍ବାଦିକ ସଂଘ ପକ୍ଷରୁ  ଅଭିଯୋଗ ହେଉଥିଲେ ମଧ୍ୟ ଏଭଳି ନିନ୍ଦନୀୟ ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବଢି ଚାଲିଛି। ଯାହାକୁ ନେଇ  ରାଜ୍ୟର ଅନେକ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ନିନ୍ଦା କରାଯାଉଛି।

ତେବେ ଗତ କାଲି ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ ବ୍ଲକରେ ଏଭଳି ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ବିକ୍ରମ କେଶରୀ ସାହୁ ଓ ଅନ୍ୟ ଜଣେ ସାମ୍ବାଦିକ ଟାଙ୍ଗୀ ବ୍ଲକକୁ କୋଣସି ଖବର ସଂଗ୍ରହ କରିବାକୁ ଯାଇଥିଲେ। ସାମ୍ବାଦିକଙ୍କୁ ଦେଖି ଟାଙ୍ଗୀ ବ୍ଲକ୍  ଅଧ୍ୟକ୍ଷ ବିଜୟ କୁମାର ଜେନା ହଠାତ୍ ଉତକ୍ଷିପ୍ତ ହୋଇ ଯାଇଥିଲେ । ପୂର୍ବରୁ କିଛି ଖବର ପ୍ରସାରଣକୁ କେନ୍ଦ୍ର କରି ସର୍ବ ସାଧାରଣ ସ୍ଥାନରେ ସାମ୍ବାଦିକମାନଙ୍କୁ  ଅପମାନିତ କରିବା ସହ ଧମକ ଚମକ ଦେଇଥିବା ସାମ୍ବାଦିକମାନେ  ଅଭିଯୋଗ ଆଣିଛନ୍ତି।

ଏହି ଖବର ଜଣାପଡିବା ପରେ  ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକଯାଇଥିଲା ଏବଂ ସର୍ବ ସମ୍ମତି କ୍ରମେ ଘଟଣାକୁ କଡା ନିନ୍ଦା କରାଯିବା ସହ ରାଜ୍ୟ ସ୍ତରୀୟ ସାମ୍ବାଦିକ ସଙ୍ଘଠନ ସହିତ ଘଟଣା ସମ୍ପର୍କରେ ଆଲୋଚନା କରାଯାଇ ଟାଙ୍ଗୀ ଥାନାରେ ଏକ ଅଭିଯୋଗ ଦିଆଯାଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ନିକଟରେ ଦାବି କରିଛନ୍ତି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ। ରାଜନେତାମାନେ ଏଭଳି ସଂକୀର୍ଣ୍ଣ ମନୋଭାବ ପୋଷଣ କରି ସାମ୍ବାଦିକ ମାନଙ୍କ କଣ୍ଠରୋଧକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago