Below header

ନିର୍ବାଚନୀ ମହାକୁମ୍ଭ: EVM ତ୍ରୁଟି ପାଇଁ କିଛି ସ୍ଥାନରେ ମତଦାନ ବିଳମ୍ବ

ଆଜି ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହାରି ଭିତରେ କିଛି ଇଭିଏମ୍ ତ୍ରୁଟି ଥିବା ସାମ୍ନାକୁ ଆସିଛି । ଫଳରେ ଭୋଟିଂ ବିଳମ୍ୱ ହୋଇଛି ।

ମାଲକାନଗିରି (କେନ୍ୟୁଜ): ଆଜି ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହାରି ଭିତରେ କିଛି ଇଭିଏମ୍ ତ୍ରୁଟି ଥିବା ସାମ୍ନାକୁ ଆସିଛି । ଫଳରେ ଭୋଟିଂ ବିଳମ୍ୱ ହୋଇଛି ।

ମାଲକାନଗିରିର ୬୬ ନମ୍ବର ବୁଥ୍ କୁମୁଟି ଗୁଡ଼ା ସ୍କୁଲରେ ଥିବା ଇଭିଏମ୍ ମେସିମ ଅଚଳ ହୋଇଯାଇଛି। ଯାହାଫଳରେ ମତଦାନରେ ବାଧାପ୍ରାପ୍ତ ହୋଇଛି। ଧାଡିରେ ଠିଆ ହୋଇଛନ୍ତିଶହ ଶହ ଭୋଟର । ମାଲକାନଗିରିର ବଙ୍ଗାଳି ପ୍ରାଥମିକ ବିଦ୍ଯାଳୟ ମତଦାନ କେନ୍ଦ୍ରର ବୁଥ ନଂ ୬୩ ରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ ଖରାପ ହେବା ଯୋଗୁ ମତଦାନ ବିଳମ୍ବ ହୋଇଛି। ଉପସ୍ଥିତ ଅଧିକାରୀମାନେ ଏନେଇ ତତ୍ପରତାର ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ମାଲକାନଗିରି ପୌରପରିଷଦର ବିବିଗୁଡା ବୁଥ୍‌ରେ ମଧ୍ଯ ଇଭିଏମ ତ୍ରୁଟି ଦେଖାଦେଇଛି। ସେହିପରି ନୂଆପଡା ନିର୍ବାଚନ ମଣ୍ଡଳୀର ନୂଆପଡା ସଦର ୧୦୧ ନମ୍ବର ବୁଥରେ ଇମିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଛି ।

ସାମନସ୍ଥିତି ଖଡ଼ିଆଳ ଲୋହରାପାଲି ୮୯ ବୁଥ୍ ଓ ପୋଡାପାଲିର ୭୨ନଂ ବୁଥ୍ ରେ ମତଦାନରେ ବିଳମ୍ବ ହୋଇଛି। ଜୟପୁରରେ ୧୬୦ ଓ ୧୯୪ ବୁଥରେ ମତଦାନରେ ବିଳମ୍ବ ହୋଇଛି। ବୋରିଗୁମାରେ ୫୯ ଓ ୬୦ ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ଏନେଇ ଭୋଟରଙ୍କ ଅସନ୍ତୋଷ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.