ଦିନକ ପରେ ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ହେବ ମତଦାନ । ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ଏକ କୋଟି ଭୋଟର । ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୬୬ ଜଣ ସାଂସଦ ପ୍ରାର୍ଥୀ ଓ ୩୯୪ ବିଧାୟକ ପ୍ରାର୍ଥୀ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସର୍ବାଧିକ ଭୋଟର ଅଛନ୍ତି ।
ମୋଟ ୯୯ ଲକ୍ଷ ୬୧ ହଜାର ଭୋଟରଙ୍କ ମଧ୍ୟରୁ ୫୦ଲକ୍ଷ ୮୮ ହଜାର ପୁରୁଷ । ମହିଳା ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୭୨ ହଜାର । ମୋଟ ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଥିବା ବେଳେ ୧୪ଶହରୁ ଅଧିକ ସଖୀ ବୁଥ ରହିଛି । ୨୦ ପ୍ରତିଶତ ବୁଥକୁ ଆଦର୍ଶ ବୁଥ କରାଯାଇଛି । ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି ୭୦ ହଜାର ପୋଲିଂ କର୍ମଚାରୀ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୋଲିସ ସହ ୧୨୫ କଂପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମୁତୟନ ହେବେ ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…