ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା: ପିଟିହେଲା ଗାଡ଼ି, ଜଣେ ଆହତ
ଡିଭାଇଡରରେ ପିଟିହେଲା ଗାଡ଼ି, ଜଣେ ଆହତ । ନିର୍ବାଚନ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ନିକଟରେ ଗାଡିଟି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ ୨୦ ପୋଲିସ୍ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଛତ୍ରପୁର (କେନ୍ୟୁଜ): ଡିଭାଇଡରରେ ପିଟିହେଲା ଗାଡ଼ି, ଜଣେ ଆହତ । ନିର୍ବାଚନ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ନିକଟରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨୦ ପୋଲିସ୍ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଖବର ଅନୁଯାୟୀ, ନିର୍ବାଚନ ଡ୍ୟୁଟି ସାରି ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବା ବେଳେ ଗାଡି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଡିଭାଇଡ଼ର ସହ ଗାଡି ଧକ୍କା ହୋଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଭଞ୍ଜନଗରରୁ ନେଇ ଛତ୍ରପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।