ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ପୂରିଛି ଦୁଇ ମାସ, ଆଜି ଆସିବ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୩ବନ୍ଧୁଙ୍କ ପଲିଗ୍ରାଫ ରିପୋର୍ଟ
ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଦୁଇ ମାସ ପୂରିଛି । ଏବେ ବି ମାମଲା ଯେଉଁଠି ଥିଲା ସେଇଠି । ନା ରେଳବାଇ ପୋଲିସ ନା କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ କେହି ବି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟକୁ ଭେଦ କରିପାରିନାହାନ୍ତି ।
ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ଚିତ୍ର ଏଯାଏ ସ୍ପଷ୍ଟ ହୋଇପାରିନାହିଁ । ଆଜି ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କ ୩ ବନ୍ଧୁଙ୍କ ପଲିଗ୍ରାଫ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି । ପଲିଗ୍ରାଫ ଟେଷ୍ଟରେ କିଏ ଓ କେଉଁ ପ୍ରଶ୍ନର ଉତ୍ତର ମିଛ କହିଛି, ତାହା ଜଣାପଡିବ । ଏହାପରେ ସେ ଦିଗ ପ୍ରତି ଅଧିକ ତନାଘନା କରିବ କ୍ରାଇମବ୍ରାଞ୍ଚ ।