ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ, ସିକ୍ୱେନସ୍ ଅଫ ଇଭେଣ୍ଟ , ଭିଡିଓ ଏଭିଡେନ୍ସ ମଧ୍ୟରେ ତାଳମେଳ ଖାଉନାହିଁ। କ୍ରାଇମବ୍ରାଞ୍ଚ ପୀଡ଼ିତାଙ୍କ ପଲିଗ୍ରାଫ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ କରିପାରେ । ଗୁରୁୱନ୍ତ ଓ ବାନ୍ଧବୀଙ୍କ ସମ୍ମତି ଲୋଡ଼ାଯାଇଛି। ଏନେଇ କୋର୍ଟରେ ଆବେଦନ କରାଯିବ। ସେହିପରି ନିଲମ୍ବିତ ଥାନା ଅଧକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ପୋଲିସ ଅଧିକାରୀଙ୍କ ହେବ ପଲିଗ୍ରାଫ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ। ଏଥିପାଇଁ ପାଞ୍ଚ ପୋଲିସ ଅଧିକାରୀ ସମ୍ମତି ପ୍ରକାଶ କରିଥିବା ସୂଚନା ମିଳିଛି । କୋର୍ଟ ଅନୁମତି ଦେବା ପରେ ହେବ ଏହି ଟେଷ୍ଟ। ଏଥିପାଇଁ SFSL କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।