ଭଦ୍ରକ: ପଲିଥିନ ମୁକ୍ତ ହେଲା ବାବା ଆଖଣ୍ଡଳମଣି ପୀଠ, ପ୍ରଶାସନ ପକ୍ଷରୁ ମନ୍ଦିର ବେଢ଼ା ଓ ବାହାରୁ ହଟାଗଲା ଜରିପାଲ

ଭଦ୍ରକ : ପଲିଥିନ ମୁକ୍ତ ହେଲା ବାବା ଭଦ୍ରକ ଆଖଣ୍ଡଳମଣି ପୀଠ । ମନ୍ଦିର ବେଢ଼ା ଭିତରୁ ଓ ବାହାରୁ ପଲିଥିନ କଢ଼ା ଯାଇଛି । ବର୍ଷବର୍ଷ ଧରି ଟଙ୍ଗା ଯାଉଥିଲା ପାଲ । ମନ୍ଦିର ବେଢ଼ା ଭିତରେ ହେଉ କି  ବାହାରେ ହେଉ ଦୋକାନୀମାନେ ଟାଙ୍ଗି ରଖୁଥିଲେ ପାଲ । ଫଳରେ ବାବା ଆଖଣ୍ଡଳମଣି ମନ୍ଦିର ଶୋଭା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନଥିଲା । ଏହାସହ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ହ୍ରାସ ହେଉଥିଲା । ଏହାକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ତେବେ ଜରିପାଲ ହଟିବା ପରେ ଆରଡି ଆଖଣ୍ଡଳମଣି ପୀଠ ନୂଆ ନୂଆ ଲାଗୁଛି । ପ୍ରଶାସନ ପକ୍ଷରୁ ମନ୍ଦିର ବେଢ଼ା ଓ ବାହାରୁ ଜରିପାଲ ହଟାଯିବା ପରେ ଏଭଳି ଦେଖାଯାଉଛି ମନ୍ଦିର । ଅତ୍ୟଧିକ ଭିଡ଼ ସମୟରେ ଭକ୍ତମାନେ ମନ୍ଦିର ନଦେଖି ନିରାଶ ହେଉଥିଲେ । ହେଲେ ଏବେଠୁ ମନ୍ଦିରର ଶୋଭା ବଢ଼ିବ । ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.