ଦଶରଥପୁର ବ୍ଲକ ଅଧୀନସ୍ଥ ପାଲଟପୁର ଗ୍ରାମ ପଞ୍ଚାୟତର ମୁରାରୀପୁର ଗାଁର ରାଜେଶ ଜେନା । ଦୁଇ ଦୁଇଟି କିଡ୍ନୀ ତାଙ୍କର କାମ କରୁନି । ବାପା ଜଣେ ଦିନ ମଜୁରିଆ । ମୂଲ ଲାଗି ବହୁ କଷ୍ଟ କରି ପୁଅକୁ ଦୁଇ ଅକ୍ଷର ପାଠ ପଢାଇଥିଲେ । ପାଠ ପଢି ପୁଅ ଚାକିରି କରିବ ଏବଂ ବାପା ମାଆଙ୍କର ଦୁଃଖ ଯିବ । ହେଲେ ବିଡମ୍ବନାର କଥା ଯେ ଭଲ ହେବା ପରିବର୍ତ୍ତେ ଦିନକୁ ଦିନ ରାଜେଶଙ୍କ ଅବସ୍ଥା ବିଗିଡିବାରେ ଲାଗିଛି । ଏବେ କଟକରେ ଚିକିତ୍ସିତ ହେଉଛନ୍ତି ରାଜେଶ । ହେଲେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅନ୍ୟପଟେ ରାଜେଶଙ୍କୁ ଏଯାଏ କୌଣସି ସରକାରୀ ସହାୟତା ମିଳିନାହିଁ । ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରୀ କରିଥିଲେ ବି ଫଳ ଶୁନ ।
You might also like