ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ୪ ପ୍ରାଣୀ କୁଟୁମ୍ବକୁ ନେଇ ଚିନ୍ତାରେ ଅର୍ଜୁନ

ମାହାଙ୍ଗା (କେନ୍ୟୁଜ) : ରହିବାକୁ ଘର ଖଣ୍ଡେ ନାହିଁ, ପର ଘରେ ସ୍ତ୍ରୀ ପିଲା ଛୁଆଙ୍କୁ ନେଇ ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ଜଣେ ଦିବ୍ୟାଙ୍ଗ। ୧୦ ବର୍ଷ ଧରି ନିଜର ବାସଗୃହ ନଥିବାରୁ ପର ଘରେ ରହୁଛନ୍ତି ଦିବ୍ୟାଙ୍ଗ ଅର୍ଜୁନ ପାତ୍ର। ସରକାରଙ୍କର ଅନେକ ଯୋଜନା ରହିଛି, କିନ୍ତୁ ଏହି ଲାଭ ପାଇବାର ହକଦାର ହୋଇବି ଏବେବି ବଞ୍ଚିତ ଅଛନ୍ତି ଚଣା ମଟର ବିକ୍ରି କରୁଥିବା ବୁଲା ବିକାଳୀ ଅର୍ଜୁନ। ପର ଘରେ ରହୁଥିବାରୁ ଏବେ ଘର ମାଲିକ ଘର ଛାଡିବାକୁ କହୁଛନ୍ତି । କିନ୍ତୁ ୪ ପ୍ରାଣୀ କୁଟୁମ୍ବ ଏବେ କେଉଁଠି ରହିବେ ସେଇ ଚିନ୍ତାରେ ଏହି ଅଭାବନୀ ପରିବାର।

କଟକ ଜିଲ୍ଲା ମାହାଙ୍ଗା ମୁଳୁବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମର ଏଅର୍ଜୁନ ପାତ୍ର। ସୋଲା ମଟର ବୁଲି ବେପାର କରି ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ବହୁ ଦୁଃଖ କଷ୍ଟେ ଚଳନ୍ତି,ଦିନେ ଖାଇଲେ ଦିନେ ଉପବାସ ରୁହନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନଥିବାରୁ ଗାଁର ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଘରଟିଏ ଦେଇଥିଲେ ରହିବା ପାଇଁ। ଦୀର୍ଘ ୧୦ ବର୍ଷ ଧରି ସେହି ଘରେ ଅଭାବୀ ପରିବାରକୁ ନେଇ ଚଳି ଆସୁଥିଲେ ଅର୍ଜୁନ। ହେଲେ ସେହି ଘରକୁ ଏବେ ଦିବ୍ୟାଙ୍ଗ କୁ ଛାଡ଼ିବାକୁ ହେବ। କାରଣ ଘର ମାଲିକ କହି ସାରିଲେଣି ଘର ଛାଡିବାକୁ।

ଆବାସ ଯୋଜନାରେ ମୁରବୀ ଭାବେ ଅର୍ଜୁନଙ୍କ ବାପାଙ୍କୁ ଘର ଖଣ୍ଡେ ମିଳିଛି, ହେଲେ ସେହି ଘରେ ଅର୍ଜୁନଙ୍କ ବାପା ମାଆ ରହୁଥିବାରୁ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ଚଳିବା ଅସମ୍ଭବ ହୋଇପଡିଲା। ତେଣୁ ବାଧ୍ୟ ହୋଇ ଅନ୍ୟର ସାହାରାରେ ମୁଣ୍ଡ ଗୁଞ୍ଜୁଥିଲେ ଅର୍ଜୁନ। କିନ୍ତୁ ଏବେ ସେହି ଘର ଖଣ୍ଡେ ବି ଚାଲିଯିବ। ତେଣୁ କିଛି ଉପାୟ ନ ପାଇ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ଅର୍ଜୁନ।

ଏପଟେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ କହିଲେ ୨୦୧୧ ACCC ଜନଗଣନା ଅନୁଯାୟୀ ତାଙ୍କ ବାପାଙ୍କୁ ୨୨ ହଜାର ଟଙ୍କା ପାଇଥିବାରୁ ତାଙ୍କ ପୁଅ ପାଇବା କଷ୍ଟକର। କିନ୍ତୁ ଦିବ୍ୟାଙ୍ଗ ଅର୍ଜୁନ ପାତ୍ର ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ ବୋଲି କହିଛନ୍ତି ସରପଞ୍ଚଙ୍କ ପ୍ରତିନିଧି। ହେଲେ ଦିବ୍ୟାଙ୍ଗ ଅର୍ଜୁନଙ୍କ ଦୁଃଖ କେହି ଶୁଣୁନାହାଁନ୍ତି। ମାହାଙ୍ଗା ବ୍ଲକ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକଙ୍କୁ ଆମେ ପଚାରିବାରୁ ସେ ମଧ୍ୟ ସମାନ କଥା କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକ୍କା ଘର ଯଦି ସରକାରଙ୍କ ପକ୍ଷରୁ ଏହି ଦିବ୍ୟାଙ୍ଗ ପରିବାରଙ୍କୁ ଯୋଗାଇ ଦିଅନ୍ତେ ତେବେ ଆଉ ଏତେ ଦୁଃଖ କଷ୍ଟ ଭୋଗିବାକୁ ପଡିବନାହିଁ।। ଏପଟେ ଏମିତି ଦଗଞ୍ଜ ହେବା ଅପେକ୍ଷା ଶେଷରେ ବିଷ ପିଇ ଆତ୍ମହତ୍ୟା କରିବାକୁ କହିଛନ୍ତି ଦିବ୍ୟଙ୍ଗ ପରିବାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.