ସୁଭଦ୍ରା ହିତାଧିକାରୀଙ୍କ ଠାରୁ ଟଙ୍କା ନେଉଛନ୍ତି କର୍ମଚାରୀ, ବାଧ୍ୟ ହେଇ ଗରିବ ଲୋକ ଥାନାରେ ହୋଇଛନ୍ତି ଦ୍ୱାରସ୍ଥ

ଉମରକୋଟ : ସୁଭଦ୍ରାକୁ ନେଇ ଚାଲିଛି ଘୋଟାଲା ପରେ ଘୋଟାଲା । ବିଭିନ୍ନ ସ୍ଥାନରୁ ଆସୁଛି ଏମିତି ସାଙ୍ଘାତିକ ଅଭିଯୋଗ । ଯେଉଁଠି କିଛି ଲୋକ ମାଗଣା ସେବା ଉପରେ ଟଙ୍କା ନେଉଛନ୍ତି । ଥରେ ଭାବନ୍ତୁ ତ ଗରିବ ଲୋକ ଟଙ୍କା ଆଣିବେ କେଉଁଠୁ । ସରକାର ତ ଗରିବ ଲୋକମାନଙ୍କ ପାଇଁ ନିଶୁଳ୍କରେ ସେବା ଯୋଗାଉଛନ୍ତି । ପୁଣି କାହିଁକି ଏମାନେ ଟଙ୍କା ନେଉଛନ୍ତି । ବାରମ୍ବାର ଏମିତି ଖବର ସାମ୍ନାକୁ ଆସୁଛି ଯେ କେଉଁଠି ଆଧାର ଅପଡେଟ ପାଇଁ ଟଙ୍କା ନେଉଛନ୍ତି ତ ପୁଣି କେଉଁଠି ଇ-କେଓ୍ୱାଇସୀ ପାଇଁ ୫୦୦ ଟଙ୍କା । ଆଉ ଏବେ ଖବର ଆସିଛି ଯେ ସୁଭଦ୍ରା ଯୋଜନାରେ ଅନଲାଇନ୍ ବାବଦକୁ ୧୦୦ ଟଙ୍କା ଓ ଆଧାର ଲିଙ୍କ ପାଇଁ ୨୦୦ ଟଙ୍କା ନେଉଛନ୍ତି ।
ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଠାରୁ ଟଙ୍କା ନବୋ ଘଟଣାରେ ଦୁଇଟି ଅଭିଯୋଗ ଦେଖିବାକୁ ମିଳିଛି । ମୁଣ୍ଡିବଡୋ ଓ ନାକଟିସିମୋଡା ଗାଁରୁ ଦୁଇଟି ଜନ ସେବା କେନ୍ଦ୍ର ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଠାରୁ ଟଙ୍କା ମାଗିବା ଅଭିଯୋଗରେ ମହିଳା ମାନେ ରାଇଘର ବିଡ଼ିଓ ଓ ଥାନାର ଦ୍ୱାରସ୍ତ ହୋଇଛନ୍ତି ।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଅନଲାଇନ ପାଇଁ ନିଶୁଳ୍କ ବ୍ୟବସ୍ଥା କରିଥିବାବେଳେ ସୁଭଦ୍ରା ଯୋଜନାର ଅନଲାଇନ କରିବାକୁ ମହିଳାଙ୍କ ଠାରୁ ୧୦୦ ଟଙ୍କା ଓ ଆଧାର ଲିଙ୍କ କରିବାକୁ ୨୦୦ ଟଙ୍କା ଲେଖାଏଁ ନେବା ଅଭିଯୋଗ କରିଛନ୍ତି ମହିଳାମାନେ । ସୂଚନା ଅନୁଯାଇ ମୁଣ୍ଡିବେଡା ଓ ନାକଟିସିମଡା ଗ୍ରାମର କିଛି ମହିଳା ସୁଭଦ୍ରା ଯୋଜନାର ର୍ଫମ ଅନଲାଇନ, ଆଧାର ଲିଙ୍କ କରିବା ପାଇଁ ଗ୍ରାମରେ ଥିବା ଜନ ସେବା କେନ୍ଦ୍ର ଯାଇଥିଲେ।
ଜଣଙ୍କ ପିଛା ଅନଲାଇନ ବାବଦକୁ ୧୦୦ ଟଙ୍କା ଓ ଆଧାର ଲିଙ୍କ ପାଇଁ ୨୦୦ ଲେଖାଏଁ ମାଗିଥିଲେ, ମହିଳାମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କ ସୁଭଦ୍ରା ର୍ଫମ ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।
ଏନେଇ ମହିଳା ମାନେ ରାଇଘର ବିଡ଼ିଓ ଓ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏହି ବିଷୟରେ ରାଇଘର ବିଡିଓଙ୍କୁ ପଚାରିବାରୁ ଅଭିଯୋଗ ଆସିଛି ଏହି ବିଷୟରେ ଜିଲ୍ଳା ପ୍ରଶାସନଙ୍କୁ ଜଣେଇବା ସହ ଦୋଷୀ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି, ଅନ୍ୟ ପଟେ ନାକଟିସିମୋଡା ଗାଁର ଜନ ସେବା କେନ୍ଦ୍ରର ମାଲିକଙ୍କୁ ରାଇଘର ଥାନାରେ ଅଟକ ରଖି ପଚରା ଉଚରା କରୁଥିବାବେଳେ ମୁଣ୍ଡିବେଡା ଜନ ସେବା କେନ୍ଦ୍ର ମାଲିକଙ୍କ ଉପରେ କେସ ରୁଜୁ କରାଯାଇଛି ବୋଲି ସୂଚନା ମିଳିଛି ।