ରାଜ୍ୟ

ମାନସିକ ଭିନ୍ନକ୍ଷମ ଝିଅକୁ ଧରି ମାଉସୀ ଖୋଜୁଛି ସାହାରା, ତାକୁ ସାହାଯ୍ୟ ମିଳିବ ତ?

ଯାଜପୁର (କେନ୍ୟୁଜ) : ଏଇ ତମେ କୁଆଡେ ଛାଡି ପଳେଇଛ । ଏତେ ବଡ ଦୁନିଆରେ ମୋତେ ତ ଛାଡି ଚାଲିଗଲ, ଛୁଆଙ୍କ କଥା ବି ଭାବିଳନି । କେମିତି ମୁଁ ଏକା ସବୁ କରିପାରିବି । ଜାଣିଛ ତୁମ ପଛେ ପଛେ ପୁଇ ଦୁଇଟା ବି ଚାଲିଗଲେ ଆଉ ଝିଅଟା ମୋର ପାଗିଳି । ତମେ କୁହ ମୁଁ କେମିତି ବଞ୍ଚିବି । ଆଉ କେତେ ସଂଘର୍ଷ କରିବି । ଘରେ ଅସରପା ଚାଲୁଛି କାନ୍ଥ ଫାଟି ଆଁ କରିଛି । ଆଉ ଏହି ଘରେ ରହୁଛନ୍ତି ଏହି ବୁଢ଼ି ମାଉସୀ ଓ ତାଙ୍କ ମାନସିକ ଭିନ୍ନକ୍ଷମ ଝିଅ । ଏ ବୁଢ଼ି ମାଉସୀଙ୍କ ଦୁଃଖକୁ ଆପଣ ଅନୁଭବ କରିପାରୁଛନ୍ତି ତ । କଣ ମାଉସୀ ଗୋଟେ ଘର ପାଇବାକୁ ଯୋଗ୍ୟ ନୁହେଁ । ଏ ମାଉସୀଂର କଣ ଅଛି କୁହନ୍ତୁ । ନା ଘର ଅଛି ନା ଗାଡି ମଟର ଟଙ୍କା ପଇସା ଅଛି । ତାହେଲେ ଏଯାଏଁ ଏ ବୁଢ଼ି ମାଉସୀକୁ କାହିଁକି ଘର ଖଣ୍ଡିଏ ମିଳିନି ।
ଗ୍ରାମାଞ୍ଚଳର ଗରିବ ହିତାଧିକାରୀ ଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ଏହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମରେ । ଗାଁ ର ସୁଶୀଳା ଦାସଙ୍କ ନିକଟରେ ଆଜି ବି ପହଂଚି ପାରିନି ସରକାରୀ ଯୋଜନା। ଦୁର୍ଦ୍ଦିନରେ ଦିନକାଟୁଥିବା ସୁଶୀଳାଙ୍କୁ କେବଳ ସରକାରୀ ଚାଉଳ ମିଳୁଥିଲେ ହେଁ ଅନ୍ୟ ସମସ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି।
ଯୋଜନା ମାଳ ମାଳ। କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନି ସରକାରୀ ଯୋଜନା । ମୁଣ୍ଡ ଗୁଂଜିବାକୁ ନାହିଁ ଖଣ୍ଡେ ଯାଗା ।  ଘରର ଚାରିକାନ୍ଥ ଭଙ୍ଗା ଦଦରା ହୋଇଥିବା ବେଳେ ବର୍ଷା ହେଲେ ଘରେ ପଶୁଛି ପାଣି । ବିପଦ ସଂକୁଳ ଅବସ୍ଥା ଦିନ କାଟୁଛନ୍ତି ସ୍ବର୍ଗତ ପରମେଶ୍ୱର ଦାସଙ୍କ ପରିବାର। ୨୦୦୨ ମସିହାରେ ସାନ ପୁଅ ଦର୍ପନାରାୟଣ ଦାସ ନିଖୋଜ ହୋଇଥିବା ବେଳେ ବଡ଼ ପୁଅ  ରବିନାରାୟଣ ଦାସ ୨୦୦୮ ମସିହାରେ ହୁଦଘାତରେ ଆରପାରିକୁ ଚାଲିଯାଇଛନ୍ତି। ସେହିପରି ଗୋଟେ ଝିଅ ମାନସିକ ରୋଗୀ  l ସତେ ଦୁଃଖ ଯେମିତି ଏହି ପରିବାର ଏକ ଅଭିଶପ୍ତ ପରିବାର ପାଲଟିଛି। ପରିଣତ ବୟସରେ ସୁଶୀଳାର ଯେମିତି ଅଣ୍ଟା ଭାଙ୍ଗି ଯାଇଥିବାରୁ ରୋଜଗାର କରିବା ଆଉ ସମ୍ଭବ ହେଉନି ତାଙ୍କ ପାଇଁ । ପରିବାର ଚଳାଉଥିବା ସୁଶୀଳା ନିଜ ଘର ଚଳାଇବା ପାଇଁ ଏବେ ସଂଘର୍ଷ କରିବାକୁ ପଡୁଛି।  ବାରମ୍ବାର ଗୁହାରୀ ଓ ଦାବୀ କରିବା ପରେବି ବ୍ଲକ ପ୍ରଶାସନ ର ନଜର ପଡୁନଥିବାରୁ ଭାଗ୍ୟକୁ ଆଦରି ପଡିଛନ୍ତି ମା ଓ ଝିଅ ।
ଯେଉଁଠି ଦୁଇ ଓଳି ଖାଇବା ଯୋଗାଡ଼ କରିବା କଷ୍ଟ ହେଉଛି ଏହି ପରିବାର କୁ ସେଠି ରୋଗ ଚିକିତ୍ସା କରିବା କଥା ପଚାରେ କିଏ?  ମାନସିକ ରୋଗୀ ଝିଅର ଚିକିତ୍ସା କରିପାରୁନାହାନ୍ତି ସୁଶୀଳା ଦାସ । ସରକାରୀ ସ୍ତର ରେ ଘର ଖଣ୍ଡିଏ ମିଳିବା ତ ଦୁରେ ଥାଉ  ଶୈାଚାଳୟ ଟିଏ ନାହିଁ । ଏହି ପରିବାର ଲାଗି ସତେ ଯେମିତି ସବୁ ଯୋଜନା ବାଟ ବନ୍ଦ ହୋଇଯାଇଛି।  ସେପଟେ ଏହି ପରିବାରକୁ ସହାୟତା ଆବଶ୍ୟକ ସମ୍ପର୍କରେ ବିଝାଂରପୁର ବ୍ଲକ ପ୍ରଶାସନକୁ ଅବଗତ କରିବା ପରେ ବ୍ଲକ ପ୍ରଶାସନ ତଦନ୍ତ କରି ଆବଶ୍ୟକ ସହୟତା ଦେବାକୁ ବିଡ଼ିଓ ପ୍ରତିଶୃତି ଦେଇଛନ୍ତି  ।
ସରକାରୀ ସହାୟତା ଓ ଯୋଜନା ଆଇନ ଅନୁସାରେ ହେଉଥିବା ବେଳେ ଦୁର୍ଦିନ ରେ ରହୁଥିବା ଏହି ପରିବାର ସହାୟତାରୁ କାହିଁକି ବଂଚିତ ତାକୁ ନେଇ ନାନା ପ୍ରଶ୍ନ ଉଠିଛି। ଯୋଜନା କେବଳ ପ୍ରସ୍ତୁତ କଲେ ହେବ ନାହିଁ। ଏହା ପ୍ରକୃତ କାର୍ଯ୍ୟକାରୀ ହେଉଛି କି ନା ଦେଖିବା କଥା।
Pritiparna

Recent Posts

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

11 mins ago

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

20 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

40 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

42 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

1 hour ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

1 hour ago