ଝୁଲନ୍ତା ଅବସ୍ଥାରେ ମିଳିଲା ଫୁଡ ବ୍ଲଗର ସୋନାଲିଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ବର : ଝୁଲିପଡିଲେ ଫୁଡ୍ ବ୍ଲଗର ।   ଭୁବନେଶ୍ବର ଆଦର୍ଶବିହାରରେ ଥିବା ଏକ ଘରୋଇ ହଷ୍ଟେଲରୁ ମୃତଦେହ ଜବତ କଲା ପୋଲିସ ।  ମୃତ ଯୁବତୀଙ୍କ ନାଁ ସୋନାଲି ସଙ୍ଘ ମିତ୍ରା ପରିଡା ।  ୪ ବର୍ଷ ହେବ ସେ ହଷ୍ଟେଲରେ ରହୁଥିଲେ।  ତାଙ୍କ ଘର କେନ୍ଦ୍ରାପଡ଼ା ମାର୍ଶାଘାଇରେ ।  ସେ ଦୀର୍ଘ ବର୍ଷ ହେବ ଏକ ବିଲଡର କମ୍ପାନୀରେ ଚାକିରୀ କରୁଥିଲେ ।

ଖବର ଅନୁସାରେ : ସୋନାଲି ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ । ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ କିନ୍ତୁ ସୋନାଲି ଫୋନ୍‌ ଉଠାଇ ନ ଥିଲେ। ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିବାରୁ ଝିଅ ଗୁରୁତର ଥିବା କହିଥିଲେ ।

ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତେବେ ସେ ଜଣେ ଖୁସ୍‌ ମିଜାଜର ଝିଅ ହୋଇଥିବାରୁ ସେ ଜୀବନ ହାରିବା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି ।ଖବର ପାଇ ଇନଫୋସିଟି ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଥ୍ୟ, ପ୍ରମାଣ ସଂଗ୍ରହ କରୁଛନ୍ତି ।