ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍ ଗିଭିଂ ଦିବସ, ସାରା ବିଶ୍ବ ଆଦୃତି ଲାଭ କଲା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ
ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି। ୬ଟି ମହାଦେଶ ସହ ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହେଉଛି।
କେନ୍ୟୁଜ୍(ବ୍ୟୁରୋ): ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ ବାଣ୍ଟିବା ପାଇଁ ୨୦୧୩ ମସିହା ମେ’୧୭ ତାରିଖଠାରୁ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି । ପ୍ରତିବର୍ଷ ମେ’ ୧୭ ତାରିଖରେ ବିଶ୍ୱର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହୋଇଆସୁଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍ପିଂ ଦି ହେଲ୍ପ (ସାହାଯ୍ୟକାରୀକୁ ସାହାଯ୍ୟ)।
ଚଳିତବର୍ଷ ବିଶ୍ୱର ୬ଟି ମହାଦେଶ, ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହେଉଛି । ଏସିଆ, ଆଫ୍ରିକା ମହାଦେଶ ସହ ଆମେରିକା ଓ ୟୁରୋପର ବିଭିନ୍ନ ସ୍ଥାନରେ ଲୋକେ ଉତ୍ସାହର ସହ ଆର୍ଟ ଅଫ ଗିଭିଂ ଡେରେ ସାମିଲ ହୋଇ, ସାହାଯ୍ୟକାରୀକୁ ସାହାଯ୍ୟର ହାତ ବଢାଇଥିଲେ। ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହର ସମେତ ଓଡ଼ିଶାର ୩୦ଟି ଜିଲ୍ଲା, ୧୦ଟି ପ୍ରମୁଖ ସହର, ୩ଶହରୁ ଊର୍ଦ୍ଧ୍ୱ ବ୍ଲକ୍, ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମ ପଞ୍ଚାୟତର ୧୦ ହଜାର ସ୍ଥାନରେ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହେଉଛି।
ଆଜି ଭୁବନେଶ୍ୱରେର ବିଭିନ୍ନ ସ୍ଥାନରେ ଆର୍ଟ ଅଫ ଗିଭିଂ ଦିବାସ ପାଳନ ଅବସରେ ଅତିଥି ଭାବେ ଯୋଗ ଦେଇଥିଲେ ଡ.ଅଚ୍ୟୁତ ସାମନ୍ତ। କେଉଁଠି ଅଟୋ ଡ୍ରାଇଭରଙ୍କ ସହ ତ କେଉଁଠି ପୂଜାରୀଙ୍କ ସହ ଆର୍ଟ ଅଫ ଗିଭିଂ ଦିବସ ପାଳନ କରିଥିଲେ। ବିଏମ୍ସି କର୍ମଚାରୀଙ୍କ ଗହଣରେ ମଧ୍ୟ ସମୟ ବିତାଇଥିଲେ ଡ. ସାମନ୍ତ। ଆର୍ଟ ଅଫ ଗିଭିଂ ଡେ ଅବସରରେ ଏକ ମାଗଣା ସ୍ୱର୍ଗ ରଥର ଲୋକାର୍ପଣ କରିଥିଲେ ଡ. ସାମନ୍ତ। ଭୁବନେଶ୍ୱର ଗୀତ ଗୋବିନ୍ଦ ଭବନରେ, ଦୂରଦର୍ଶି ମାସିକ ସମ୍ବାଦ ଭିତିକ ପତ୍ରିକା ତରଫରୁ ଆୟୋଜିତ ଆର୍ଟ ଅଫ ଗିଭିଂ ଦିବସରେ ଯୋଗ ଦେଇ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନୀତ କରିଥିଲେ ଡ. ସାମନ୍ତ।
ସେହିପରି କଟକ ଜିଲ୍ଲାରେ ମଧୁବାବୁଙ୍କ ଜନ୍ମ ପୀଠରେ ଆୟୋଜିତ ଆର୍ଟ ଅଫ ଗିଭିଂ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ. ଅଚ୍ୟୁତ ସାମନ୍ତ। ମଧୁବାବୁଙ୍କ ଅନ୍ତଡି ଶାଳ ବୁଲିବା ସହ ପୂରା ଜନ୍ମ ସ୍ଥାନ ବୁଲି ଦେଖିଥିଲେ। ଏହାପରେ ଆୟୋଜିତ ଏକ ସାଧାରଣ ସଭାରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କିଟ୍ ଓ କିସ୍ର ଶୁଭେଚ୍ଛୁ, କର୍ମଚାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଓଡ଼ିଶା, ଭାରତ ତଥା ବିଦେଶରେ ଥିବା ବିଭିନ୍ନ କ୍ରୀଡ଼ା ସଂଘ, ସିଭିଲ୍ ସୋସାଇଟି, ଦେଶ ବାହାରେ ଥିବା ବିଭିନ୍ନ ଓଡ଼ିଆ ସଂଘ, ନୂଆଦିଲ୍ଲୀ ସ୍ଥିତ ବିଭିନ୍ନ ଦୂତାବାସ ତରଫରୁ ପାଳିତ ହୋଇଥିଲା ଆର୍ଟ ଅଫ ଗିଭିଂ ଡ। ଦିଲ୍ଲୀରୁ କୋଲକାତା, ଆସାମରୁ ଉତ୍ତପ୍ରଦେଶ ସବୁ ରାଜ୍ୟରେ ସାହାଯ୍ୟ ଓ ସୁଖର ବାର୍ତ୍ତା ପ୍ରଦାନ କରାଯାଇଛି।
ବିଭିନ୍ନ ଯୁବକ ସଂଘ, ନେହରୁ ଯୁବକ ସଂଘ, ୫ଶହରୁ ଊର୍ଦ୍ଧ୍ୱ କର୍ପୋରେଟ୍ ଅନୁଷ୍ଠାନ, ୫ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟ, ଭାରତର ୫୦ଟି ବିଶ୍ୱବିଦ୍ୟାଳୟ ଓ ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ, ଶତାଧିକ ମହାବିଦ୍ୟାଳୟ, ହୋଟେଲ ଓ ରେଷ୍ଟୁରାଣ୍ଟ, ହସ୍ପିଟାଲ୍ ଓ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ, ଜିମ୍ ଓ ଫିଟନେସ୍ କେନ୍ଦ୍ର ସହିତ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଆର୍ଟ ଅଫ୍ ଗିଭିଂ ଅନୁଗାମୀମାନେ ଏହି ଦିବସ ପାଳନ କରୁଛନ୍ତି।
ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍ ଗିଭିଂ ଦିବସ । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି । ଚଳିତ ବର୍ଷର ଥିମ୍ ସାହାଯ୍ୟକାରୀଙ୍କୁ ସାହାଯ୍ୟ । ଚଳିତବର୍ଷ ବିଶ୍ୱର ୬ଟି ମହାଦେଶ, ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହେଉଛି । ଆଜି ଭୁବନେଶ୍ୱରେର ବିଭିନ୍ନ ସ୍ଥାନରେ ଆର୍ଟ ଅଫ ଗିଭିଂ ଦିବାସ ପାଳନ ଅବସରେ ଅତିଥି ଭାବେ ଯୋଗ ଦେଇଥିଲେ ଡ.ଅଚ୍ୟୁତ ସାମନ୍ତ । ୬ଜଣଙ୍କୁ ଆର୍ଟ ଅଫ୍ ଗିଭିଂ ହିରୋ ସମ୍ମାନ ପ୍ରଦାନ କରାଯାଇଛି।.