ବାତ୍ୟା ଛୁଇଁ ନପାରେ ଓଡ଼ିଶା ଉପକୂଳ, ପ୍ରଭାବରେ ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ

ଭୁବନେଶ୍ବର(କେନ୍ୟୁଜ୍):ସମ୍ଭାବ୍ୟ ବାତ୍ୟା ଅସାନୀ ଓଡ଼ିଶା ଉପକୂଳ ଛୁଇଁବନି । ତେବେ ଏହାର ପ୍ରଭାବରେ ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ୩ ଜିଲ୍ଲା ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୦ ତାରିଖରେ ସମୁଦ୍ରରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ । ୧୧ ତାରିଖରେ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଏହାସହ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୧ ତାରିଖରେ ଓଡ଼ିଶା ଉପକୂଳ ୪୦ରୁ ୫୦ କିଲୋମିଟର ବେଗରେ ବେଗରେ ପବନ ବହିବ ବୋଲି ସୂଚନା ଦେଇଛି ଆଇଏମଡି । ୮ ତାରିଖ ସକାଳୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା ।

Leave A Reply

Your email address will not be published.