ସମୁଦ୍ରକୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଏଣ୍ଟି ମୋରଟମ ଡ୍ରାଉନିଂ ଯୋଗୁ ମୃତ୍ୟୁ

ପୁରୀ(କେନ୍ୟୁଜ୍): ପୁରୀ ବାଲିଆଗୁଳି ସମୁଦ୍ରକୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଏଣ୍ଟି ମୋରଟମ ଡ୍ରାଉନିଂ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ଛତିଶଗଡରୁ ଯୁବତୀଙ୍କ ପରିବାର ପୁରୀ ପହଞ୍ଚିବା ପରେ ତାଙ୍କ ସହ କଥା ହୋଇଛି ପୋଲିସ । ଏହାସହ ହୋଟେଲର ସିସିଟିଭି ଫୁଟେଜର ଛାନବିନ୍‌ କରାଯାଉଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ । ଘଟଣା ଦିନ ଯୁବତୀ ଜଣକ ସମୁଦ୍ର କୂଳରେ ଏକୁଟିଆ ବୁଲୁଥିବା କହିଛନ୍ତି ପ୍ରତ୍ୟକ୍ଷ ଦର୍ଶୀ । ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କୁ ଯାଞ୍ଚର ଦାୟିତ୍ୱ ଦେଇଛନ୍ତି ପୁରୀ ଏସପି । ମଧ୍ୟପ୍ରଦେଶର ଶାଗର ଏସପିଙ୍କ ସହ ଯୋଗାଯୋଗରେ ରହିଛି ପୋଲିସ ।

ଗତ ୨୬ ତାରିଖ ଦିନ ବାଲିଗୁଆଳି ବେଳାଭୂମିରେ ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତ ୨୩ତାରିଖରେ ପୁରୀ ସିବିଚ୍‌ ଥାନାରେ ଏକ ନିଖୋଜ ରିପୋର୍ଟ ମଧ୍ୟ ହୋଇଥିଲା । ପୁରୀ ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ଶାନ୍ତି ପ୍ୟାଲେସରୁ ଜଣେ ଯୁବତୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ହୋଟେଲ ବାହାରକୁ ଆସିଥିବା ବେଳେ ଆଉ ରୁମକୁ ଫେରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.