କନ୍ଧମାଳ: ଶବ ବ୍ୟବଚ୍ଛେଦ ପାଇଁ ଅମଙ୍ଗ ହେଉଛନ୍ତି ପରିବାର ଲୋକ, ୨୪ ଘଣ୍ଟା ହେଲା ମେଡିକାଲରେ ପଡିରହିଛି ମରଶରୀର

ରାଇକିଆ(କେନ୍ୟୁଜ୍): ମୃତ୍ୟୁର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ହୋଇପାରୁନି ଶବ ବ୍ୟବଚ୍ଛେଦ । ପରିବାର ଲୋକ ଏବଂ ପ୍ରଶାସନର ଟଣାଓଟଣା ମଧ୍ୟରେ ମେଡିକାଲ ପରିସରରେ ପଡି ରହିଛି ମୃତଦେହ । ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସୋରୁନାଜୁ ଗାଁରେ ।

ଗତକାଲି ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ କେଶବ ଦିଗାଲଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଲୋକେ ଶବ ବ୍ୟବଚ୍ଛେଦ କରିବାକୁ ମନା କରିଥିଲେ । ହେଲେ ଜି ଉଦୟଗିରି sdpo ପହଞ୍ଚି ସକାଳେ ବ୍ୟବଚ୍ଛେଦ କରିବାକୁ କହିଥିଲେ । ପରିବାର ଲୋକ ନିଜ ଜିଦରେ ଅଟଳ ଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ବିନା ବ୍ୟବଚ୍ଛେଦରେ ମୃତଦେହ ହସ୍ତାନ୍ତର କରିବାକୁ ମନା କରିଥିଲେ । ପରିବାର ଲୋକ ଛାଡି ଚାଲିଯାଇଥିବାରୁ କାଲିଠୁ ମେଡିକାଲରେ ପଡିଛି ମୃତ ଦେହ ।