ସାରା ରାଜ୍ୟରେ ୩ ଦିନ ହେଲା ଡାକସେବା ଅଚଳ, ହୋଇପାରୁନି ଟଙ୍କା ଜମା ଓ ଉଠାଣ
ଭୁବନେଶ୍ୱର : ସାରା ରାଜ୍ୟରେ ଡାକ ସେବା ଠପ୍ । ଦିନେ କି ଦୁଇଦିନ ନୁହେଁ । ୩ ଦିନ ହେଲାଣି କାମ କରୁନି ସର୍ଭର । ଭୁବନେଶ୍ବର ଡାକଘର ସହିତ ରାଜ୍ୟର କୌଣସି ଡାକଘର ସଂଯୋଗ ହୋଇପାରୁନାହିଁ । ଫଳରେ ସାରା ରାଜ୍ୟରେ ଡାକ ସେବା ଗୁରୁତର ପ୍ରଭାବିତ ହୋଇଛି । ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଜମାକାରୀ ଟଙ୍କା ଜମା କରିପାରୁନାହାନ୍ତି ।
ସେପଟେ ଟଙ୍କା ବି ଉଠାଇପାରୁନାହାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ଜମାକାରୀ ହଇରାଣ ହେଉଛନ୍ତି। ପେନସନଭୋଗୀ ବି ନିରାଶ ହୋଇ ଫେରୁଛନ୍ତି। ରାଜ୍ୟରେ ଥିବା ୧୨୧୫ଟି ଡାକଘର ମଧ୍ୟରୁ ୩୦୦ରୁ ଅଧିକ ଡାକଘରର ଲିଙ୍କ ଫେଲ୍ ହୋଇଛି। ଲିଙ୍କ ଫେଲ୍ ବୋଲି ବୋର୍ଡ଼ ମାରିଦେଇ ବସିଛନ୍ତି ପୋଷ୍ଟାଲ୍ ଅଧିକାରୀ । କର୍ତ୍ତୃପକ୍ଷଙ୍କ କହିବା କଥା ଏପରି ସମସ୍ୟା ଇଣ୍ଟରନେଟ୍ ଫେଲ୍ ଯୋଗୁ ହୋଇଛି ।