ରଥଯାତ୍ରା ସମୟରେ ହୋର୍ଡିଂ ୱାର୍‌ : ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା

ପୁରୀ: ରାସ୍ତାକଡ଼ରେ ପଦ୍ମ ଫୁଟିଛି । ହାତ ଉଠିଛି । ଶଙ୍ଖ ବାଜୁଛି । ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦି , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଦଳର ରାଜ୍ୟ ନେତୃବୃନ୍ଦ ଜନସାଧାରଣଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଉଛନ୍ତି । ଭୁବନେଶ୍ୱରରୁ ପୁରୀ ରାସ୍ତା ପାର୍ଶ୍ୱରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।

ବିଜେଡି ରଥଯାତ୍ରାର ଶୁଭେଚ୍ଛା ସହ ହୋର୍ଡିଂରେ ଛାପିଛି ସରକାରୀ ଯୋଜନାର ତଥ୍ୟ । ବିଜୁ ପକ୍କାଘରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ ଯୋଜନା, ଏପରି ବହୁ ଖୁସିର ଖବର ଦେଉଛି ବିଜେଡି ।

ବିଜେପି-ବିଜେଡି ପୋଷ୍ଟର ୱାର ଭିତରେ ପୂର୍ବବର୍ଷ ତୁଳନାରେ ଏବର୍ଷ କଂଗ୍ରେସ ନିଜର ସ୍ଥିତି ଜାହିର କରିଛି । ଅନେକ ସ୍ଥାନରେ ଲାଗିିଛି ଦଳର ପୋଷ୍ଟର । ସମସ୍ତେ କହୁଛନ୍ତି, ରଥଯାତ୍ରା ପୋଷ୍ଟର ରାଜନୀତି ନୁହେଁ । କିନ୍ତୁ ବାସ୍ତବରେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏହି ବଡ଼ଯାତ୍ରାରେ ସବୁ ଦଳ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.