ମୟୂରଭଞ୍ଜ: ୪ ହଜାର ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା, ଚିତ୍ରଡ଼ା ଉପ-ଡାକଘରର ସହକାରୀ ପୋଷ୍ଟ ମାଷ୍ଟରଙ୍କୁ ଗିରଫ କଲା ସିବିଆଇ

ମୟୂରଭଞ୍ଜ(କେନ୍ୟୁଜ୍): ୪ ହଜାର ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡ଼ା ଉପ-ଡାକଘରର ସହକାରୀ ପୋଷ୍ଟ ମାଷ୍ଟରଙ୍କୁ ଗିରଫ କଲା ସିବିଆଇ । ପୋଷ୍ଟ ଅଫିସ ଏଜେଣ୍ଟ କୁନ୍ତଳା ମହାନ୍ତଙ୍କ ସ୍ୱାମୀ ବ୍ରଜ କିଶୋର ମହାନ୍ତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଶୁଭାଶିଷ ପରିଡ଼ା ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ପୂର୍ବରୁ କାମ ପାଇଁ ପୋଷ୍ଟ ମାଷ୍ଟର ଲାଞ୍ଚ ମାଗିଥିଲେ । ଏ ନେଇ ସେ ଭୁବନେଶ୍ୱର ସିବିଆଇକୁ ଜଣାଇଥିଲେ । ଗତକାଲି ଶୀର୍ଷାପାଳ ଛକରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ ତାଙ୍କୁ ଗିରଫ କରିଛି ।