ବାଧୁଛି ଦର : କଞ୍ଚା ପରିବା ସାଙ୍ଗକୁ ଆଳୁ ଓ ପିଆଜ ଦର ଆକାଶଛୁଆଁ

ଭୁବନେଶ୍ୱର : ପୁଣି ପରିବା ଦରରେ ବୃଦ୍ଧି । ଗୋଟିଏ ପଟେ ଆଳୁ ପିଆଜ ଦର ବଢିଥିବା ବେଳେ ପୁଣି ପରିବା ପରିବା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି । ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ ପାଲଟିଛି ।  ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ତେବେ କେବେ ଦର ଖସିବ ସମସ୍ତେ ଚାହିଁ ବସିଛନ୍ତି ।  ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟକ ଦିନ ବଢି ବଢି ଚାଲିଛି ପରିବା ଦର ।  ଆଳୁ କେଜିକୁ ୫୦ ଟଙ୍କା, ପିଆଜ ୬୦ ଟଙ୍କା ରହିଛି । ସେହିପରି ବାଇଗଣ ୬୦ରୁ ୭୦ ଟଙ୍କା, କଲରା ୫୦ ଟଙ୍କା, ବିନ୍ସ କେଜିକୁ ୭୦ ଟଙ୍କା ରହିଛି । ସେହିଭଳି ମଟର କେଜିକୁ ୧୨୦ ଟଙ୍କା ରହିଛି । ବାହାରୁ ପରିବା ଆସୁଥିବାରୁ ଦର ବୃଦ୍ଧି ରହୁଥିବା ବ୍ୟବସାୟୀ ।

ତେବେ ପରିବା ଦରରେ ଅହେତୁକ ବୃଦ୍ଧିକୁ ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ମାତ୍ର ଏବେ ୫୦୦ ଟଙ୍କାରେ ବି ବ୍ୟାଗଟେ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।