ବେଲଗାମ କଞ୍ଚା ପରିବା ଦର, ଚିନ୍ତା ବଢ଼ାଇଲାଣି ଆଳୁ ଓ ପିଆଜ ଦର

କଟକ : ପରିବା ଦରରେ ଲାଗୁନି ବ୍ରେକ।  ପରିବା ବଜାରକୁ ଯିବା ପାଇଁ ଡରୁଛନ୍ତି ଲୋକ । କଞ୍ଚା ପରିବା ସହ ଆଳୁ ଦର ବି ନିୟନ୍ତ୍ରଣ ବାହାରେ । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି ।  ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ ପାଲଟିଛି । ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ତେବେ କେବେ ଦର ଖସିବ ସମସ୍ତେ ଚାହିଁ ବସିଛନ୍ତି ।  ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟକ ଦିନ ବଢି ବଢି ଚାଲିଛି ପରିବା ଦର । କଞ୍ଚା ପରିବା ଦର ବୃଦ୍ଧି ପରେ ଜଣେ ସାଧାରଣ ଲୋକ ଆଳୁ ଆଉ ପିଆଜ ଉପରେ ନିର୍ଭର କରୁଥିଲା । ମାତ୍ର ଆଳୁ ଆଉ ପିଆଜ ଦର ବି ବୃଦ୍ଧି ପାଇଛି ।

ଅଧିକାଂଶ ପରିବା କିଲୋ ଦର ୮୦ ଟଙ୍କା ଡେଇଁଛି । ଆଳୁ, ପିଆଜ ରେ ବି ଲଗାମ ନାହିଁ ।  ହୁ ହୁ ହୋଇ ବଢିଚାଲିଛି ଦର। ଆଳୁ କେଜି ୪୦, ପିଆଜ ୪୫ ଛୁଇଁଲାଣି । ବାଇଗଣ କିଲୋ ଶହେ, ପୋଟଳ ୮୦ ଟଙ୍କା, କ୍ୟାପ୍ସିକମ ୯୦, ଜହ୍ନି ୭୦ ଟଙ୍କା, କଲରା ଶହେ ଟଙ୍କା ଓ କାଙ୍କଡ଼ କିଲୋ ୮୦ ଟଙ୍କା ଟପିଲାଣି । ଝୁଡ଼ଙ୍ଗ ୧୨୦ ଟଙ୍କା, ଟମାଟୋ ଶହେ ଟଙ୍କା ରହିଛି। ଅଧିକାଂଶ ପରିବା ଦର ୮୦ ଟଙ୍କା ରହିଥିବା ଲୋକମାନେ କେଜିଏ ଜାଗାରେ ଲୋକମାନେ ଅଢ଼େଇ ଶହ ପରିବା କିଣୁଛନ୍ତି ।

ତେବେ ପରିବା ଦରରେ ଅହେତୁକ ବୃଦ୍ଧିକୁ ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ମାତ୍ର ଏବେ ୫୦୦ ଟଙ୍କାରେ ବି ବ୍ୟାଗଟେ ଭର୍ତ୍ତି ହେଉନାହିଁ ।  ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।

 

 

 

You might also like