ରାଜ୍ୟରେ ନିୟନ୍ତ୍ରଣରେ ରହିଛି ଆଳୁ ଓ ପିଆଜ ଦର

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି ଆଳୁ ଓ ପିଆଜ ଦର  ।  ନାସିକରେ ଦର ଦାମ୍ ବୃଦ୍ଧି ହେଲେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡୁଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦରଦାମ୍ ବୃଦ୍ଧି ନେଇ ବିଜେଡିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି  ।  ସେ କହିଛନ୍ତି ବିଜେଡି ରାଜନୀତି କରିବା ପାଇଁ ଏଭଳି ଅଭିଯୋଗ ଆଣୁଛି ।  ପୂର୍ବରୁ ବିଜେଡି ସରକାରଙ୍କ କୌଣସି ମିଶନ ସଫଳ ହୋଇନି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।