ବଜାରରୁ ଆଳୁ ଉଭାନ: କଟକରେ କେଜି ୬୦, ଭୁବନେଶ୍ବରରେ ୫୦

 

କଟକ/ ଭୁବନେଶ୍ଵର : ପୁଣି ଉପରମୁହାଁ ଆଳୁଦର । ବିଭିନ୍ନ ସ୍ଥାନରେ ବଜାରରୁ ଆଳୁ ଉଭାନ । କଟକ ଓ ଭୁବନେଶ୍ବରରେ ଆଳୁ ଗୋଦାମ ଖାଲି ରହିଛି । କଟକ ଛତ୍ରବଜାରକୁ ବି ଆସୁନି ଯଥେଷ୍ଟ ପରିମାଣର ଆଳୁ ବୋଝେଇ ଟ୍ରକ। କଟକରେ ଆଳୁ କେଜି ୬୦ ଓ ଭୁବନେଶ୍ବରରେ ୫୦ଟଙ୍କା ରହିଛି । ମାସକ ମଧ୍ୟରେ ଦୁଇଗୁଣାରୁ ଅଧିକ ହୋଇଛି ଆଳୁଦର। ରାଜ୍ୟକୁ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବନ୍ଦ ରହିଛି । ଓଡ଼ିଶାକୁ ଉତ୍ତରପ୍ରଦେଶରୁ ଆଳୁ ଆସୁଛି। ଆବଶ୍ୟକ ମୁତାବକ ଆଳୁ ଗାଡ଼ି ରାଜ୍ୟରେ ଠିକ୍ ସମୟରେ ପହଞ୍ଚି ପାରୁନି।

ଗତ ୩ ଦିନ ହେଲାଣି ଆଳୁ ଗାଡ଼ି ପହଞ୍ଚି ନ ଥିବାରୁ ଗୋଦାମ ଖାଲି ପଡିଛି। ଫଳରେ ରାଜ୍ୟରେ ପୁଣି ଥରେ ଆଳୁ ସଙ୍କଟ ଗମ୍ଭୀର ହେବାର ଆଶଙ୍କା ଦେଖାଦେଇଛି। ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ । କଳାବଜାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ଆଳୁ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଯେଉଁ ଗ୍ରାହକଟି ଦୁଇ କିଲୋ ତିନି କିଲୋ ଆଳୁ ଆଣିବ ବୋଲି ଭାବୁଛନ୍ତି କିଲେ ନହେଲେ ଅଧକିଲୋରେ ସନ୍ତୁଷ୍ଟ ହେବାକୁ ପଡୁଛି। ତେବେ ସମସ୍ତଙ୍କ ହାଣ୍ଡିଶାଳରେ ଆଳୁ ଦରକାର ଥାଏ ତେଣୁ ବାଧ୍ୟ ହୋଇ ଆଳୁ କିଣୁଛନ୍ତି ଗ୍ରାହକ। ଆଳୁ ଦର ବହୁତ ବାଧୁଛି ବୋଲି ଗୃହିଣୀ ମାନେ ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.