ରାସ୍ତା ଉପରେ ଅଜାଡି ହୋଇପଡିଲା ବସ୍ତା ବସ୍ତା ଆଳୁ, ବସ୍ତାରେ ପୁରାଇ ବୋହି ନେଇଗଲେ ଲୋକେ

ଯାଜପୁର(କେନ୍ଯୁଜ୍): ଓଲଟିଲା ଆଳୁ ବୋଝେଇ ଟ୍ରକ । ରାସ୍ତା ଉପରେ ଅଜାଡି ହୋଇପଡିଲା ବସ୍ତା ବସ୍ତା ଆଳୁ । ବ୍ୟାଗ, ବସ୍ତାରେ ପୁରାଇ ବୋହି ନେଇଗଲେ ଲୋକେ । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଛତିଆଠାରେ ଏକ ଆଳୁ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଏକ ସିମେଣ୍ଟ ବୋଝେଇ ଟ୍ରକ । ଫଳରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଲା ଆଳୁ ବୋଝେଇ ଟ୍ରକ ।

ବସ୍ତା ବସ୍ତା ଆଳୁ ରାସ୍ତା କଡରେ ଢାଳି ହୋଇଯିବା ପରେ ଘଟଣାସ୍ଥଳରୁ ଆଳୁ ବୋହି ନେଇଗଲେ ସ୍ଥାନୀୟ ଲୋକେ । ଖବର ପାଇ ବୈରୀ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ତେବେ ଦୁର୍ଘଟଣାରୁ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.