ପୁଣି ବଢ଼ିଲା ଆଳୁ ରେଟ୍‌, ତିନି କେଜିକୁ ୭୦ଟଙ୍କା

କଟକ (କେନ୍ଯୁଜ୍): ପୁଣି ବଢ଼ିଲା ଆଳୁ ରେଟ୍‌ । କଟକ ଛତ୍ର ବଜାରରେ ଆଜି ଆଳୁର ହୋଲସେଲ ଦର ୫୦ କେଜି ବା ପ୍ୟାକେଟ୍‌ ପିଛା ୮୬୦ଟଙ୍କା ରହିଛି। ଛତ୍ର ବଜାରର ଖୁଚୁରା ବ୍ୟବସାୟୀମାନେ ଆଳୁ ତିନି କେଜିକୁ ୭୦ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । କିଛି ଦିନ ତଳେ ଆଳୁ ୩କେଜିକୁ ୫୦ ଟଙ୍କା ଥିଲା।

ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଆଳୁ ନଥିବାରୁ ଦର ଚଢା ରହୁଥିବା ସୂଚନା ଦେଇଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ। ସମ୍ଭାବ୍ୟ ବାତ୍ୟା ଭୟରେ ଗ୍ରାହକ ଆବଶ୍ୟକତାଠାରୁ ଅଧିକ ଆଳୁ କିଣି ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.