କମିବ ଆଳୁ ଦର, ସରକାରଙ୍କୁ ବଦନାମ କରିବାକୁ ମନୁଷ୍ୟକୃତ ଅଭାବ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ଵର : ରାଜ୍ୟରେ ସ୍ବାଭାବିକ ଅଛି ଆଳୁଦର । ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କଲେ। ଏବେ ପୁଣି ଆଳୁ ଦେବାକୁ ରାଜି ହୋଇଛନ୍ତି । ବର୍ତ୍ତମାନ ବଜାରରେ ଆଳୁ ଦର ସ୍ୱଭାବିକ ରହିଛି । ଆଗାମୀ ଦିନରେ ଖାଦ୍ୟରେ ବହୁଳ ବ୍ୟବହାର ହେଉଥିବା ଆଳୁ ଦାମ୍ ଆହୁରି କମିବ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅନ୍ୟପଟେ ଆଳୁ ଯୋଗାଇବାକୁ ରାଜି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଗତ ୨ ଦିନ ତଳେ ପଶ୍ଚିମବଙ୍ଗରେ ଆନ୍ଦୋଳନର କରିଥିଲେ ଆଳୁ ବ୍ୟବସାୟୀ । ତେବେ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ବ୍ୟବସାୟୀ । ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି। ହୋଲସେଲ୍‌ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ଓଡ଼ିଶା ପରି ରାଜ୍ୟରେ ଦେଖାଦେଇଥିବାଆଳୁ ସଙ୍କଟ ଦୂର ହେବ ବୋଲି ଆଶଙ୍କା କରାଯାଉଛି ।